ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଫୁଲବାଣୀ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସଂକୁଳ ଘୁ. ଉଦୟଗିରି, ଖଜୁରୀ ପଡା, ଟିକାବାଲି, ଫୁଲବାଣୀ ଓ ଫିରିଙ୍ଗିଆ ଶିଶୁ ମନ୍ଦିରର ପ୍ରାୟ ୧୬୦ ଜଣ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କାନ୍ତ ପ୍ରଧାନ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ମାଧବାନନ୍ଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଉପସଭାପତି ଡ. ପ୍ରଶାନ୍ତ ମହାପାତ୍ର, ଉପଦେଷ୍ଟା ଡ. ସତ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l ସମ୍ପାଦକ ଶିବରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଚାରକ ଭାବେ ଗୋଲକ ବିହାରୀ ପଟ୍ଟନାୟକ, ଗଗନ ବିହାରୀ ରଥ, ବେଣୁଧର ସାହୁ, ରଞ୍ଜନ ଚୌଧୁରୀ, ଉମାଶଙ୍କର ଚୌଧୁରୀ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଜ୍ଞାନ ପ୍ରକଳ୍ପ, ପ୍ରୟୋଗ, ପ୍ରଶ୍ନମଞ୍ଚ, ସଂସ୍କୃତିବୋଧ ପ୍ରଶ୍ନମଞ୍ଚ, ଗଣିତ ଓ ବିଜ୍ଞାନର ପତ୍ର ବାଚନ ଆଦିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ