ଯୁବ ସମ୍ବାଦ ଇଣ୍ଡିଆ ମିଶନ ୨୦୪୭ କାର୍ଯ୍ୟକ୍ରମ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ବାଦାମ ପାହାଡ଼ ମହାବିଦ୍ୟାଳୟରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ , ମୟୂରଭଞ୍ଜ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଏବଂ କୁସୁମି ବ୍ଳକର କୁମୁଡାଶୋଳସ୍ଥିତ ପଲ୍ଲିଶ୍ରୀ କ୍ଲବ ମିଳିତ ଆନୁକୂଲ୍ୟରେ ଯୁବ ସମ୍ବାଦ – ଇଣ୍ଡିଆ ମିଶନ ୨୦୪୭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯଶିପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ , ମୁଖ୍ୟ ବକ୍ତା ଲଳିତ ମହାନ୍ତ , କଲେଜର ଅଧ୍ୟକ୍ଷ ଦିଲିପ ମହାନ୍ତ,ଶିକ୍ଷା ବିଭାଗର ମୁଖ୍ୟ ରାଜେନ୍ଦ୍ର ନାଥ ଦାସ, ପରିବେଶବିତ୍ ବିପିନ ବିହାରୀ ପ୍ରଧାନ,ଅଧ୍ୟାପକ ଉତ୍ତମ କୁମାର ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।ପରେ ଅତିଥିଗଣ ଇଣ୍ଡିଆ ମିଶନ ୨୦୪୭ ର ଭିଜନ ଓ ପାଞ୍ଚ ପତା ଅଫ ଅମୃତ କାଳ ସମ୍ବନ୍ଧୀୟ ବିଷୟ ବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ ।ଏହି ଉତ୍ସବରେ କୁସୁମି ବ୍ଳକର ତଳାପାତି ଗ୍ରାମର ଶହୀଦ ଲକ୍ଷ୍ମୀ ନାରାୟଣ ହେମ୍ବ୍ରମ ଙ୍କ ପତ୍ନୀ ଜାନକୀ ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ପରେ ଉପସ୍ଥିତ ଯୁବ ବର୍ଗଙ୍କୁ ଦେଶମାତୃକାର ଶପଥ ପାଠ କରାଇ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ତଥା ଦେଶର ଅର୍ଥନୈତିକ ବିକାଶ, ବିକଶିତ ରାଷ୍ଟ୍ର ନିର୍ମାଣ, ଓ ରାଷ୍ଟ୍ର ଏକତା, ସଂପର୍କରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର କର୍ମକର୍ତ୍ତା , ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା ,ନେହେରୁ ଯୁବ କେନ୍ଦ୍ରର ଯୁବବର୍ଗ ଓ ଜାତୀୟ ସ୍ବେଛାସେବୀ ବସନ୍ତ ମହାନ୍ତଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷରେ କ୍ଲବ ସଂପାଦକ ଶୈଳେନ୍ଦ୍ର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


