ଗଞ୍ଜାମରେ ଦି ଇକୋ ୱାରିୟର ପକ୍ଷରୁ ମେଗା ରକ୍ତଦାନ ଶିବିର

ଗଞ୍ଜାମ, (ବିନୋଦ ପଲାଇ):୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ସ୍ବେଛାସେବୀ ସଂଗଠନ ଇକୋ ୱାରିୟର ଆନୁକୂଲ୍ୟରେ ଓ ଗ୍ରାସୀମ ଇଣ୍ଡୋଷ୍ଟିଜ ସହଯୋଗରେ ଏକ ମେଗାରକ୍ତଦାନ ଶିବିର ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭାଗୃହ ଠାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ହୋଇଥିଲା । ଗ୍ରାସିମ୍ ଇଣ୍ଡୋଷ୍ଟିଜ ୟୁନିଟ ମୁଖ୍ୟ ଅଜୟ ଗୁପ୍ତା ସାମିଲ ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ରୂପେ ,ଗ୍ରାସୀମ ଇଣ୍ଡଷ୍ଟ୍ରି , ଏଚ ଆର ହେଡ଼ ନିରଜ ପଟ୍ଟନାୟକ , ସିଏସଆର ମୁଖ୍ୟ ପ୍ରବୀଣ କୁମାର ଦାସ, ମ୍ୟାନେଜର ସସ୍ମିତା ବେହେରା,ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିନାଶ ମିଶ୍ର,ବନବିଭାଗ ରଞ୍ଜର ସିଦ୍ଧାର୍ଥ କୁମାର ସାହୁ, ଗଂଜାମ ମେଡିକାଲ ଅଫିସର ଡାକ୍ତର ସୌରଭ ପାଢ଼ୀ , ଗଞ୍ଜାମ ଇକୋ କ୍ଲବ ଜିଲ୍ଲା ସଂଯୋଗକ ଡ଼ଃ. ଶଙ୍କର ନାରାୟଣ ବେଜ଼, ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକ,ଗ୍ରାସୀମ ନିଖିଳ ମହେଶ୍ବରି, ଯୋଗଦେଇ ରକ୍ତଦାତଙ୍କୁ ଉତ୍ସାହିତ କରିଥିଲେ l ଏଥିରେ ଭଞ୍ଜନଗର ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ସୁରେନ୍ଦ୍ର ମହାପାତ୍ର, ଗଣପତି ପ୍ରଧାନ, ଆଲୋକ ପ୍ରାଣୀଗ୍ରାହି,ଶ୍ୟାମ ସୁନ୍ଦର ପୃଷ୍ଟି ଯୋଗଦାନ କରି ୧୦୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ l ପ୍ରଥମ ଥର ପାଇଁ ଆଶା ସୁତପା ବେହେରା ଓ ଶ୍ରୀଦେବୀ ତରାଇ ରକ୍ତଦାନ କରିଥିଲେ ଇକୋ ୱାରିୟର ପକ୍ଷରୁ ସମସ୍ତ ରକ୍ତଦାତଙ୍କୁ ଗୋଟିଏ ଚାର ବଣ୍ଟନ କରାଯାଇଥିଲା। ଏହାକୁ
ଈକୋ ୱାରିୟର ପରିବାରର ,ପ୍ରଭାତ ବିଶ୍ବାଳ,ସିମାଞ୍ଚଳ ଦାସ,ସନ୍ତୋଷ ତରାଇ, ଦୁର୍ଗା ମାଧବ ପାଣିଗ୍ରାହି ଅଖିଳ ତରାଇ, ପ୍ରଣବ ପ୍ରଧାନ, ଗୁରୁନାଥ ରେଡ୍ଡୀ,ବସନ୍ତ ସାହୁ ପ୍ରଭାତ ସାହୁ,ଦୁର୍ଯୋଧନ ରେଡ୍ଡୀ, ଅକ୍ଷୟ ପଲାଇ,କିରତ ରେଡ୍ଡୀ, କରୁଣାକର ରେଡ୍ଡୀ,ଟୁକୁନା ରେଡ୍ଡୀ, ତ୍ରିପତି ସାହୁ,ବଳରାମ ରେଡ୍ଡୀ, ଅପୂର୍ବ ପଟ୍ଟନାୟକ, ଲୋକନାଥ ରେଡ୍ଡୀ,ସଂଜୟ ସ୍ୱାଇଁ, ସୁନିଲ ସେନାପତି, ଏମ.କ୍ରିଷ୍ଣା ଦୋରା, ଦିପୁ ପଲାଇ ଓ ଗ୍ରାସୀମାର ପୁରୁଷୋତ୍ତମ ମୁଦୁଲି ପ୍ରମୁଖ ପରିଚାଳନା କରିଥିଲେ । ପ୍ରତିବର୍ଷ ଏହି ଅନୁଷ୍ଠାନ ତରଫରୁ ସ୍ୱାଧୀନତା ଦିବସ ଓ ସାଧାରଣ ଦିବସରେ ମେଗାରକ୍ତ ଦାନ ଶିବର ଆୟୋଜିତ କରାଯିବା ସହ ,ମେଡିକାଲରେ ଯେଉଁ ବ୍ୟକ୍ତିବିଶେଷଙ୍କୁ ରକ୍ତ ଆବଶ୍ୟକ ହୁଏ , ସେମାନଙ୍କୁ ରକ୍ତଯୋଗାନ୍ତି ଏହାର ସଦସ୍ୟ ମାନେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ