କଂଗ୍ରେସ ପକ୍ଷରୁ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ଘେରାଉ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରଦେଶ କଂଗ୍ରେସ କମିଟି ର ଡାକରା କ୍ରମେ  ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦିଗପହଣ୍ଡି ବିଡ଼ିଓ ଡ଼.ଚିତ୍ତ ରଞ୍ଜନ ଦାସ ଙ୍କୁ ପ୍ରଦାନ କରାଯାଇଥିଲା।।ବ୍ଳକ କାର୍ଯ୍ୟାଳୟ  ରେ ହେଉଥିବା ପିସି କାରବାର ବନ୍ଦ କରାଯିବା , ଆବାସ ଯୋଜନାରେ ମହା ଦୁର୍ନୀତି , ଦରଦାମ ବୃଦ୍ଧି , ବେକାରୀ ସମସ୍ୟା  , ନାରୀ ନିର୍ଯାତନା , ଚାଷୀ ମାରଣ ନୀତି , ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ବିରୋଧରେ ଦଳୀୟ ନେତୃବୃନ୍ଦ ଉଦବୋଧନ ଦେଇଥିଲେ। ଦିଗପହଣ୍ଡି ଏନ୍ ଏ ସି ଅଧ୍ୟକ୍ଷ  ପ୍ରଫୁଲ୍ଲ ପଣ୍ଡାଙ୍କ ସମେତ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ କେ . କୁନା , ଦିଗପହଣ୍ଡି ନଗର କଂଗ୍ରେସ ସଭାପତି ତଥା କାଉନସିଲର ଦୀପକ କୁମାର ମିଶ୍ର , ବ୍ଳକ କଂଗ୍ରେସ ସଭାପତି ଅଭିମନ୍ୟୁ ଜାନୀ , କାଉନସିଲର ସୁନୀଲ ପଣ୍ଡା , ପୂର୍ବତନ ସରପଞ୍ଚ ପିତାମ୍ବର ଗୈାଡ ,  ରସାନନ୍ଦ ରାଉତ , ବୃନ୍ଦାବନ ପାଣିଗ୍ରାହୀ, ରଞ୍ଜିତ ବେହେରା , କୈଳାସ ରଣା , ଡମ୍ବରୁ ଧର ବେହେରା, ଭୀମ ଗୌଡ଼ ଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଘେରାଉ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ