ଯୁବକର ସନ୍ଦେହଜନକ ମୃତ୍ୟୁ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜନୈକ ଯୁବକଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥରବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମରେ ବିଜୟ ପାଗଳଙ୍କ ପୁଅ ଜଗବନ୍ଧୁ ପାଗଳ(୩୪)ଙ୍କୁ ଗତ ଗୁରୁବାର ମଧ୍ୟ ରାତିରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଗୋବରୀ ନଦୀ କୂଳରେ ଦେଖାଯାଇଥିଲା । ଶୁକ୍ରବାର ସକାଳେ ଗ୍ରାମବାସୀମାନେ ଦେଖି ସଦରଥାନାକୁ ଖବର ଦେଇଥିଲେ । ଯୁବକର ଗୋଡ ଦୁଇଟି ତଳେ ଲାଗିଥିବାରୁ ତାଙ୍କୁ ହତ୍ୟା କରାଯାଇ ଟାଙ୍ଗି ଦିଆଯାଇଥିବା ଗ୍ରାମବାସୀମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ସଦରଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ବ୍ୟବଛେଦ କରାଇବା ସହ ଘଟଣାର ତଦନ୍ତ କରୁଛି । ଜଗବନ୍ଧୁଙ୍କର ଦୁଇଟି ସନ୍ତାନ ଅଛନ୍ତି । ତାଙ୍କର ଶବବ୍ୟବଚ୍ଛେଦ ପରେ କଜଳା ଶଶ୍ମାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।