ଅଜଣାରୋଗରେ ୧୭ଜଣଙ୍କ ମୃତୁ୍ୟ ଘଟଣା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଧନୁର୍ଜୟପୁର ପଞ୍ଚାୟତର ନୁଆସାହି ଗତବର୍ଷ ନଭେମ୍ବରରେ ମାସକ ଭିତରେ ୧୭ଜଣଙ୍କ ଅଜଣା ରୋଗରେ ମୃତୁ୍ୟ ଘଟଣାରେ ରାଜ୍ୟ ମାନବାଧିକାର କମିସନ କେନ୍ଦୁଝର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି । ଗତ ନଭେମ୍ବର ମାସରେ ନୁଆସାହି ଗ୍ରାମରେ ଅଜଣା ରୋଗରେ ୧୭ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ଅନେକ ଲୋକ ରୋଗରେ ପିଡିତ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହି ଖବରକୁ ନେଇ ମାନବାଧିକାର କର୍ମୀ ତଥା ଆଇନିଜିବୀ ସୂର୍ଯ୍ୟପ୍ରକାଶ ମଙ୍ଗରାଜ ଏନେଇ ମାନବାଧିକାର କମିସନଙ୍କ ଦୃଷ୍ଟି ଆକର୍ଷଣ କରି ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବା ସହିତ ସ୍ୱତନ୍ତ୍ର ଡାକ୍ତରୀଦଳ ପଠାଇ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କମିସନଙ୍କ ନିକଟରେ ଆବେଦନ କରିଥିଲେ । ମାନ୍ୟବର କମିସନ ଏହି ଆବେଦନକୁ ଗ୍ରହଣ କରି କେଶନଂ-୨୯୦୪/ ୨୦୨୨ରେ ଏକ ମାମଲା ରୁଜୁକରିଥିଲେ । ପରବର୍ତ୍ତୀ ସମୟରେ ଗତ ଏପ୍ରିଲ ମାସରେ ଏନେଇ କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ତଲବ କରି କି ପ୍ରକାର ପଦକ୍ଷେପ ନିଆଯାଇଛି ସେନେଇ ତଥ୍ୟ ରଖିବାକୁ କହିଥିଲେ । ଯାହାର କି ପରବର୍ତ୍ତୀ ଶୁଣାଣୀ ଆସନ୍ତା ୩୧/୮/୨୦୨୩କୁଧାର୍ଯ୍ୟ ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ