କାର ଧକ୍କାରେ ଦୁଇ କାଉଡ଼ିଆଙ୍କ ମୃତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ଅରଖପୁର ପଞ୍ଚାୟତରୁ ୧୭ଜଣ କାଉଡିଆ ଆସ୍କା ନଦୀରୁ ବୋଲବମ ପାଣିଧରି ନିଜ ଗ୍ରାମ ଅରଖପୁର ଗ୍ରାମର ବାଲୁଙ୍କେଶ୍ବର ପୀଠରେ ଜଳାଭିଷେକ କରିବା ପାଇଁ ଫେରୁଥିଲେ। ରାତ୍ରି ସମୟରେ ଏକ କାର ଜିଜେ ୦୫ ଆରଏଲ ୮୨୬୦ ଭେଟନଇ ପଞ୍ଚାୟତ ଅନ୍ତର୍ଗତ ଭେଜିପୁଟ ଗ୍ରାମ ନିକଟରେ କାଉଡ଼ିଆ ମାନଙ୍କୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିଲା। ମୃତ୍ୟୁବରଣ କରିଥିବା କାଉଡିଆ ହେଲେ ଅରଖ ପୁର ଗ୍ରାମରର ମୁକୁନା ବେହେରା ଓ ବନିତା ଜେନା ବୋଲି ଜଣାପଡିଛି। ଅନ୍ଯ ଆହତ ୯ ଜଣ କାଉଡିଆଙ୍କୁ ଆସ୍କା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଜଣେ ମୃତକ କାଉଡ଼ିଆଙ୍କ ଶବ ଆସ୍କା ମେଡିକାଲରେ ଥିବା ବେଳେ ଅନ୍ୟ ଜଣଙ୍କ ଶବ ବ୍ରହ୍ମପୁର ମେଡିକାଲରେ ଥିବା ଜଣାପଡିଛି। ଆହତ ମାନେ ହେଲେ ଅରଖପୁର ଗ୍ରାମର ଲକ୍ଷ୍ମୀ ଭୂୟାଁ, ଲିଜା ଜେନା, ସଂଯୁକ୍ତା ସ୍ବାଇଁ, ଭାଗ୍ୟଲତା ଭୂୟାଁ, ଅନିତା ଭୂୟାଁ , ରାଜା ପ୍ରଧାନ, ବଡ଼ତାରିଣୀ ସ୍ବାଇଁ, ଝୁମୁରି ପ୍ରଧାନ ଓ ଲକ୍ଷ୍ମୀ ସ୍ବାଇଁ । ସକାଳେ ଖବର ଜାଣିବା ପରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ସମିତି ସଭ୍ୟାଙ୍କ ପ୍ରତିନିଧି ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ସରପଞ୍ଚଙ୍କ ପ୍ରତିନିଧି ଚୋରିଆ ମଳିକ, ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ପାତ୍ର, ସୁଶାନ୍ତ ସ୍ବାଇଁ ଅରଖପୁର ଗ୍ରାମକୁ ଯାଇ ମୃତ ଓ ଆହତ ଙ୍କ ପରିବାରକୁ ସମବେଦନା ଜଣାଇ ଆସ୍କା ମେଡ଼ିକାଲ ଯାଇ ସେଠାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମରଶରୀରକୁ ବ୍ଯବଛେଦ ପରେ ଗ୍ରାମକୁ ପଠାଇବା ବ୍ୟବସ୍ଥା କରିଥିଲେ। ଏହାପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସପିଟାଲ ଯାଇ ସେଠାରେ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତି ମାନଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରି ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ କାର୍ଯ୍ଯରତ ଡାକ୍ତର ଓ ମେଡିକାଲ ପରିଚାଳକଙ୍କ ସହିତ ଆଲୋଚନା କରିଥିଲେ। ଏଥିସହ ସେଠାରେ ଥିବା ଅନ୍ୟ ଜଣେ ମୃତ ବ୍ୟକ୍ତିଙ୍କ ମରଶରୀରର ବ୍ଯବଛେଦ ପରେ ଗ୍ରାମକୁ ନେବାପାଇଁ ବ୍ୟବସ୍ଥା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ