ଖାଦ୍ଯ ନିରାପତ୍ତା ଓ ସ୍ବଚ୍ଛତା ସଂକ୍ରାନ୍ତରେ ପାଚିକା ଓ ସହାୟିକାଙ୍କୁ ତାଲିମ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଓ ବ୍ଳକର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ନିୟୋଜିତ ପାଚିକା ତଥା ସହାୟିକାଙ୍କ ଖାଦ୍ୟ ନିରାପତ୍ତା ଓ ସ୍ବଛତାକୁ ନେଇ ଏକ ତାଲିମ ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଶିକ୍ଷଣ ଶିବିରରେ ମାଷ୍ଟର ଟ୍ରେନର ସୌଭାଗ୍ୟ ମହାନ୍ତ, ପୂର୍ଣିମା ମହାନ୍ତ,ସମସ୍ତ ପାଚିକା ସହାୟିକା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ରାଇରଙ୍ଗପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର କାରୁଆଏଵଂମଧ୍ଯାହ୍ନ ଭୋଜନ କାର୍ଯ୍ୟକ୍ରମର ଡାଟା ଏଣ୍ଟ୍ରି ଅପେରେଟର ଗଗନ ବରାଳ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀଙ୍କ ବିଭିନ୍ନ ପ୍ରଶ୍ନର‌ ଉତ୍ତର ଦେଇଥିଲେ ।ଏହି କାର୍ଯ୍ୟକ୍ରମ ପରିଚାଳନରେ ଅନୁପ ମହାନ୍ତି,ଲୁବୁଆ ବେହେରା, ଅକ୍ଷୟ ରାଜ,କୁଷ ମୁଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଉପଯୁକ୍ତ ତାଲିମ ପାଇଁ ଆବଶ୍ୟକୀୟ ଜ୍ଞାନ ଆହରଣ କରି ପାଚିକା ମାନେ ଘରକୁ ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ