ବାରମ୍ବାର ବିଜୁଳି କାଟକୁ ପ୍ରତିବାଦ କଲେ ବ୍ଲକ ସ୍ତରୀୟ ଜନପ୍ରତିନିଧୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବ୍ଲକ ସ୍ତରୀୟ ପଂଚାୟତ ଜନପ୍ରତିନିଧି ପରିଷଦ ବାରମ୍ବାର ଅଘୋଷିତ ବିଜୁଳି କାଟ ବନ୍ଦ କରିବା ନେଇ ପ୍ରତିବାଦ ଏକ ଶୋଭାଯାତ୍ରା କରି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଯାଇ ଏକ ଦାବୀ ପତ୍ର ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁଦେଇଛନ୍ତି ।ଏଥିରେ ଉଲ୍ଲେଖ ରହିଛି ଯେ ଦୀର୍ଘ ଦିନ ଧରି ଆମ ଅଂଚଳରେ ଅନେକ ସମୟଧରି ବାରମ୍ବାର ବିଜୁଳି କାଟ ହେଉଛି ।ଯାହାରି ଫଳେôର ବାଲିଗୁଡା ବ୍ଲକର ୧୪ ଟି ପଂଚାୟତର ଜନସାଧାରଣ ପାଇଁ ଓ ପାଠପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଶେଷ ଅସୁବିଧା ହେଉଛି । ବିଗତ ଦିନରେ ହଠାତ ଅଧିକ ଲୋଭୋଲଟେଜ ହେବା ଦ୍ୱାରା ଘରେ ବ୍ୟବହାର ହେଉଥିବା ଫ୍ୟାନ,ଟିଭି,ଗ୍ରାଇଣ୍ଡର,ଫ୍ରିଜ.କମ୍ପୁଟର ଓ ସମସ୍ତ ଇଲେକ୍ଟ୍ରନିକ ସାମଗ୍ରୀ ପୋଡି ନଷ୍ଟ ହୋଇଗଲା ।ଯାହାଫଳରେ ଜନସାଧାରଣଙ୍କୁ କ୍ଷତି ସହିବାକୁ ପଡୁଛି ।ବିଭାଗ ତରଫରୁ ଲୋଭୋଲଟେଜ ନୟିନ୍ତ୍ରଣ ବ୍ୟବସ୍ଥା କରାଯାଉ ଓ ବାରମ୍ବାର ବିଜୁଳି କାଟ ସମସ୍ୟା ନହେଉ ବୋଲି ସମସ୍ତ ପଂଚାୟତ ପ୍ରତିନିଧି ଅନୁରୋଧ କରୁଛନ୍ତି । ଉକ୍ତ ପ୍ରତିବାଦ ରେ ପରିଷଦର ଉପସଭାପତି ପରମାନନ୍ଦ ନାୟକ, ମିଡିଆକିଆ ସରପଂଚ ଅଶୋକ ମଳିକ,ବୁଡ୍ରୁକିଆ ସରପଂଚ ଅନୁସୟା ପ୍ରଧାନ,ସଲାଗୁଡା ସରପଂଚ ସରତା ମଳିକ,ପରମପାଙ୍ଗା ସରପଂଚରଜନୀ ମଳିକ,ସଲାଗୁଡା ସମିତିସଭ୍ୟ ପ୍ରତିମା ଦିଗାଳରଂଜିତ କୁମାର ଦିଗାଳ ,ସଂକିର୍ତନ ଦିଗାଳ ସମେତ ଅନେକ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ