ଷ୍ଟେସନ ରୋଡ ରୁ ଜବତ କଲା ୧୧୦୦ ଗ୍ରାମ ବ୍ରାଉନସୁଗାର
ବାଲେଶ୍ଵର, (ସରୋଜ ପଣ୍ଡା):ଗତ କାଲି ରାତିରେ ବାଲେଶ୍ଵର ରେଳ ଷ୍ଟେସନ ରାସ୍ତାରେ ଭୁବନେଶ୍ୱର ରୁ ଏସ ଟି ଏଫ୍ ଟିମ କୌଣସି ସୂତ୍ରରୁ ଖବର ପାଇ ବ୍ରାଉନସୁଗାର ବ୍ୟବସାୟୀଙ୍କୁ କାବୁ କରିଥିଲେ।ସେମାନଙ୍କ ଠାରୁ ୧୧୦୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହିତ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଏଥି ସହିତ ଗୋଟିଏ ବାଇକ ମଧ୍ୟ ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।ଗିରଫ ଯୁବକ ମାନେ ହେଲେ ବାଲେଶ୍ଵର ଟାଉନ ଥାନା ବାଲୁ ବଜାର ଅଞ୍ଚଳର ସେକ ଫୟାଜ୍,ସେକ ସାମ ସେଦ,ସେକ ମୁରାଦ ଓ ପାତ୍ରପଡ଼ା ଅଞ୍ଚଳର ସନ୍ଦୀପ ନାୟକ ବୋଲି ଏସ.ଟି.ଏଫ୍ ସୂଚନା ଦେଇଛି।