ବିଜେଡିର ମିଶ୍ରଣ ପର୍ବ ଓ ଧନ୍ୟବଦ ସଭା

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦେଉଳଖଣି ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଏବଂ ନିରପେକ୍ଷ ସୁଶାସନ ସହ ଜନକଲ୍ୟାଣକାରୀ ଯୋଜନା ଗୁଡିକରେ ପ୍ରଭାବିତ ହୋଇ କଂଗ୍ରେସ ଛାଡି ଦେଉଳଖଣି ଗ୍ରାମର ୪୫ ପରିବାରର ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ଜନସାଧାରଣ ବିଜେଡି ଦଳରେ ସାମିଲ ହୋଇଛନ୍ତି l ବିଜେଡି କର୍ମୀଙ୍କ ଗହଣରେ ଗ୍ରାମବାସୀଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ଦଳର ବରିଷ୍ଠ କର୍ମକର୍ତ୍ତା l ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ସେଲ୍ ଉପଦେଷ୍ଟା ପୃଥିବୀରାଜ୍ ସାହୁ, ଜ଼ିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ୍, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ,, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ମୋହନା ଜୋନ ଜ଼ିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ, ଓକିଲ ବିଳାସ ନାୟକ, ଦଣ୍ଡାଶୀ ସାହୁ,ଙ୍କ ସମେତ ବିଜେଡିର ବହୁ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ lପରେ ମଲ୍ଲୀପଦର ଗାଁ ରେ ପହଂଚି ଚର୍ଚ୍ଚ ଗୃହ ନିର୍ମାଣ ପାଇଁ ପ୍ରଦାନ ହେଇଥିବା ଅର୍ଥ ପାଇ ମୁଖ୍ୟ ମନ୍ତ୍ରୀ ଙ୍କ ଧନ୍ୟବାଦ ସେବା ରେ ଯୋଗ ଦେବା ପରେ ବିରିକୋଟି ପଂଚାୟତ ଗସ୍ତ କରି ଥିଲେ ଜିଲ୍ଲା ପରିସ୍ୱଦ ଅଦକ୍ଷ ଜି ତିରୁପତି ରାଓ,ହାଇଟେକ ମେଡିକାଲ ର ମାଲିକ ଡା ତିରୁପତି ପାଣିଗ୍ରାହୀ, ଜିଲ୍ଲା ସଭାପତି ଜଗବନ୍ଧୁ ଦାଶ, ବ୍ଲକ ଅଦକ୍ଷ ରଞ୍ଜୀବ ଶବର, ହାଡ଼ିଆ କନ୍ଧ, ମଶା ମାଝୀ, ସରପଞ୍ଚ,ନୟମୀ ମାଝୀ, ରାଧା କାନ୍ଥ ନାୟକ, ଓ ଅଞ୍ଚଳ ର ଚର୍ଚ୍ଚ ପରିଚାଳନା କମିଟି ଅଞ୍ଚଳ ବାସି ଉପସ୍ଥିତ ରେ ବ୍ଲକ ଆସିଥିବା ବିଭିନ୍ନ ଚର୍ଚ୍ଚ ଗୃହ ନିର୍ମାଣ ପାଇଁ ୩୫ଲକ୍ଷ୍ୟ ର ଶିଳା ନ୍ୟାସ କରି ରିବନ କାଟି ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ ଉପସ୍ଥିତ ନେତା ଓ ଜନସାଧାରଣ ବହୁ ସଂଖ୍ୟା ରେ ଏକତ୍ରିତ ହେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ