କପାଳୀ ନଦୀରୁ ବୃଦ୍ଧା ମହିଳାଙ୍କ ମୃତ ଦେହ ଉଦ୍ଧାର
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ରାମପୁର ପଞ୍ଚାୟତ ଅଳଉତି ଗ୍ରାମର ବୃଦ୍ଧା ଚଇନି ପାଇକରାୟ(୭୫)ଶୌଚ ହେବା ପାଇଁ ମଙ୍ଗଳବାର ଘର ପାଖରେ ଥିବା ଜାମଝାଡି ଘାଟକୁ ଯାଇଥିବା ବେଳେ କପାଳୀ ନଦୀରେ ଭାସି ଯାଇଥିଲେ । ଖବରପାଇ ଗ୍ରାମବାସୀଙ୍କ ସମେତ ଭଣ୍ଡାରିପୋଖରୀ ଦମକଳ ବାହିନୀ ପହଞ୍ôଚ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ବୁଧବାର ସକାଳେ ଗ୍ରାମବାସୀ ମାନେ ନଦୀରେ ଖୋଜାଖୋଜି କରିବା ପରେ ଅଳଉତି ଶାସନ ଗଣ୍ଡ ନିକଟରେ ତାଙ୍କର ମୃତ ଦେହ ମିଳିଥିଲା । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ଖବର ପାଇ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ସରପଞ୍ଚ ଗିରିଧାରୀ ସାହୁ, ଶିକ୍ଷାବିତ୍ ସୁଧିର କୁମାର ରାଉତ, ରମେଶ ସାହୁ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଶବାଧାରରେ ସାମିଲ ଥିଲେ । ସ୍ୱର୍ଗତ ପାଇକରାୟଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


