ଉଦ୍ଘାଟନ ହେଲା ରା.ଉଦୟଗିରି ଥିବା ଓଏସଆରଟିସି ବସଷ୍ଟାଣ୍ଡ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରା.ଉଦୟଗିରି ସହରରେ ନିର୍ମିତ ହୋଇଥିବା ଓଏସଆରଟିସି ବସଷ୍ଟାଣ୍ଡ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭରଚୁଆଲ ମାଧ୍ୟମରେ ଉଦଘାଟନ କରାଯାଇଛି l ଏଥିରେ ଗଜପତି ଜିଲ୍ଲାପାଳ ସ୍ମୁତି ରଞ୍ଜନ ପ୍ରଧାନ ତତ୍ୱାବଧାନରେ ଉଧଘାଟନ କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଗବରା ତିରୁପତି ରାଓ, ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ ରା.ଉଦୟଗିରି ଏସ ଡି ପି ଓ ଅଶ୍ୱିନୀ କୁମାର ନାୟକ, ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ଲରିମନ ଖରସେଲ , ତହସିଲଦାର ଜ୍ୟତ୍ରୀମୟୀ ଦାସ ଏବଂ ବ୍ଲକ ବିଜେଡି ସଭାପତି ଭୀମ ପାଇକ ପ୍ରମୁଖ ଯୋଗଦେଇ ଥୁବା ବେଳେ ବହୁ ଜନ ପ୍ରତିନିଧି ମାନେ ଯୋଗଦେଇଥିଲେ ଏବଂ ସମସ୍ତ ମହିଳା ଗୋଷ୍ଠି ଓ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବାବେଳେ କାର୍ଯ୍ୟକ୍ରମରେ ଏଲଇଡି ସ୍କ୍ରିନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଜନସାଧାରଣଙ୍କ ସହ କଥା ହେବା ସହ ସ୍ଥାନୀୟ ଲୋକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥାହୋଇଥିଲେ l ଏବଂ ରା.ଉଦୟଗିରିରେ ଏହି ନୂତନ ବସଷ୍ଟାଣ୍ଡ ହେବା ଦ୍ୱାରା ଅଞ୍ଚଳର ବିକାଶର ଧାରା ବଜାୟ ରହିବା ସାଙ୍ଗକୁ ସାଧାରଣ ଲୋକଙ୍କ ପାଇଁ ରୋଜଗାର କ୍ଷମ ହେବାଲାଗି ଦୋକାନ ଗୃହ କରାଯାଇଛି l ମୁଖ୍ୟ ରାସ୍ତାରେ ହେଉଥିବା ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ଏବଂ ଯାତ୍ରୀ ମାନଙ୍କ ଲାଗି ଓଏସଆରଟିସି ପକ୍ଷରୁ ଡିଜିଟାଲ ମୋଡ଼ରେ ଯାତ୍ରୀ ମାନଙ୍କ ଲାଗି ମନୋରଞ୍ଜନ ଲାଗି ଏଲଇଡି ଟିଭି ର ସୁବିଧା ସାଙ୍ଗକୁ ମୋବାଇଲ ଚାର୍ଜ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଛି l ଅନ୍ୟପଟେ ବସଷ୍ଟାଣ୍ଡକୁ ଅଧିକ ସୁନ୍ଦର ଓ ଆକର୍ଷଣ କରିବାଲାଗି ଚତୃ ପାର୍ଶ୍ୱରେ ବିଭିନ୍ନ ସୁନ୍ଦର ସୁନ୍ଦର ବୃକ୍ଷ ସାଙ୍ଗକୁ ରଙ୍ଗ ବିରଙ୍ଗର କଲର ଦେବା ସହ ବିଭିନ୍ନ କଲରର ଆଲୋକରେ ଆଲୋକିତ ହୋଇ ସୌନ୍ଦର୍ଯ୍ୟମୟ ଦେଖାଯାଉଥିଲା ନୂତନ ବସଷ୍ଟାଣ୍ଡ l ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରା.ଉଦୟଗିରି ବସଷ୍ଟାଣ୍ଡ ଉଦଘାଟନ ଭରଚୁଆଲ ମାଧ୍ୟମରେ ହେବା ସହ ସମସ୍ତ ଅତିଥି ଓ ସମସ୍ତ ଜନସାଧାରଣ ଭାରତର ଚନ୍ଦ୍ରଜାନ 3 ର ସଫଳ ଅବତରଣ ସିଧା ପ୍ରସାରଣ ଦେଖିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଯୋଗଦେଇଥିଲେ l


