ମାରୱାଡ଼ି ଯୁବ ମଞ୍ଚ ପକ୍ଷରୁ ସାଇକେଲ ମାରାଥନ୍
ବାଲେଶ୍ବର, (ସରୋଜ ପଣ୍ଡା):ଜାତୀୟ କ୍ରୀଡ଼ା ଦିବସ ପରିପ୍ରେକ୍ଷୀରେ ମାରୱାଡ଼ି ଯୁବ ମଞ୍ଚ ପକ୍ଷରୁ ବାଲେଶ୍ଵର ସହରରେ ସାଇକେଲ ମାରାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସାଇକେଲ ମାରାଥନ୍କୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ। ସଦର ବିଧାୟକ ସ୍ୱରୂପ କୁମାର ଦାସ, ଏସ୍ପି ସାଗରିକା ନାଥ ଯୋଗ ଦେଇ ସାଇକେଲ ଆରୋହୀ ଓ ମଞ୍ଚର କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ। ସୁସ୍ଥ ଓ ନିରୋଗ ରହିବା ପାଇଁ ମାରୱାଡ଼ି ଯୁବ ମଂଚର ଏହି ପ୍ରୟାସକୁ ପ୍ରଶଂସା କରାଯାଇଥିଲା। ସହରର ମିଶନ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ସାଇକେଲ ମାରାଥନ୍ ମିଶନ ପଡ଼ିଆରୁ ବାହାରି ସହର ପରିକ୍ରମା କରିବା ସହ ତାମୁଳିଆ ବ୍ରିଜ୍ ନିକଟକୁ ଯାଇ ପୁଣି ମିଶନ ପଡ଼ିଆକୁ ଫେରିଥିଲା। ଏହା ପରେ ଆୟୋଜିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ମାରାଥନ୍ର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା। ମାରୱାଡ଼ି ଯୁବ ମଞ୍ଚର ଜାତୀୟ ଆବାହକ ମୋହିତ ପୋଦାର, ଶାଖା ସଭାପତି ଅଙ୍କିତ ଖଣ୍ଡେଲୱାଲ, ସମ୍ପାଦକ ଶୁଭମ ପୋଦାର, କୋଷାଧ୍ୟକ୍ଷ କେଶବ ମୋଦୀ, ପ୍ରୋଜେକ୍ଟ ଅଧ୍ୟକ୍ଷ ନିଖିଲ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାତୀ ଖଣ୍ଡେଲୱାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମନୋଜ ପୋଦାର, ସୁଶୀଲ ଜାଲାନ, ରଞ୍ଜନ ଖଣ୍ଡେଲୱାଲ, ସୌରଭ ଖଣ୍ଡେଲୱାଲ, ମହେନ୍ଦ୍ର ସାହା, ମନିଷ ସରାୱଗୀ, ସିଦ୍ଧାର୍ଥ ସରାୱଗୀ, ଅମିତ ଅଗ୍ରୱାଲ, ଆଶିଷ ଖଣ୍ଡେଲୱାଲ, ମୋହିତ ଖଣ୍ଡେଲୱାଲ, ବାବୁ ଅଗ୍ରୱାଲ ପ୍ରମୁଖ ମଂଚର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


