ରାସ୍ତା ଅବ୍ୟବସ୍ଥା ନେଇ ବିକ୍ଷୋଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପିଲାସପଲ୍ଲୀ ୯ ନମ୍ବର ଗଳି ରାସ୍ତା କାମ ଅବ୍ୟବସ୍ଥା ନେଇ ସ୍ଥାନୀୟ ଲୋକ ରାସ୍ତା ଉପରେ ଧାରଣା ଦେଇଥିଲେ । ୭ମାସ ପୂର୍ବରୁ ରାସ୍ତା ତିଆରି ହୋଇଥିବା ବେଳେ ପୁଣି ରାସ୍ତା ଖୋଳା ହୋଇ ବିଏମସି ପକ୍ଷରୁ ହରିଲୁଟ ପାଇଁ ପୁଣି ରାସ୍ତା ତିଆରି ଚାଲିଛି । ଏହାକୁ ବିରୋଧ କରି ଯୁବ ନେତା ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ବିଏମସି ପ୍ରତିନିଧି ମଦନ ମୋହନ ପ୍ରଧାନଙ୍କ ନେତୃତ୍ୱରେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ ବିଭିନ୍ନ ବିଜେପି କର୍ମୀ । ଏଥିରେ ଜିଲ୍ଲା ସମ୍ପାଦକ ତାପସ କୁମାର ଦଳେଇ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଶ୍ରୀ ପ୍ରଧାନଙ୍କ କହିବା କଥା ବିଏମସି ପକ୍ଷରୁ ଯେଉଁ ଭ୍ରଷ୍ଟାଚାର ଚାଲିଛି ଏହି ଅଂଚଳରେ ମଧ୍ୟ ଚାଲିଛି । ଏଥିରେ ବିଏମସି ଅଧିକାରୀଙ୍କ କେତେ ପିସି ଅଛି ତାହା ପ୍ରକାଶ କରିବା ଏହି ରାସ୍ତାରେ ବ୍ୟୟରେ ବର୍ଷକରେ କେତେ ଟଙ୍କା ବ୍ୟୟ ହୋଇଛି ତାହା ସର୍ବସାଧାରଣରେ ବିଏମସି ଅଧିକାରୀ ପ୍ରକାଶ କରନ୍ତୁ । ଏପରି ରାସ୍ତାଆଗରେ ଧାରଣା ପ୍ରାୟ ଏକ ଘଂଟା ପରେ ପୁଲିସ ବୁଜାସୁଝା ପରେ ବିକ୍ଷୋଭକାରୀ ଉଠିଥିଲେ ।