ସିସିଟିଭି ଚୋରିକରି ୨ ଛାତ୍ର ଗିରଫ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କାକଟପୁର ଥାନା ଅନ୍ତର୍ଗତ କାକଟପୁର ବାଳିକା ଉଚ୍ଚ ବିଦ୍ୟାଳୟ ରୁ ସି ସି ଟିଭି ଚୋରି କରିବା ଅଭିଯୋଗ ରେ ପୋଲିସ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରି ଜୁବେନାଇଲ କୋର୍ଟ କୁ ଚାଲାଣ କରିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, କାକଟପୁର ବାଳିକା ନୋଡାଲ ବାଳିକା ବିଦ୍ୟାଳୟ ସମ୍ମୁଖରେ ଥିବା ସିସିଟିଭି କ୍ୟାମେରା ଚୋରି ହୋଇଥିବା ଅଭିଯୋଗ ପାଇ କାକଟପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା।ସିସିଟିଭି ଫୁଟେଜ ପୋଲିସ ଯାଞ୍ଚ କରିବାରେ ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ର ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ର ରାହୁଲ ଦାସ ଓ ଆଦିତ୍ୟ ବିନ୍ଧାଣି ଉକ୍ତ ସି ସି ଟିଭି ଚୋରି କରିଥିବା ପ୍ରମାଣ ମିଳିଥିଲା। ଏହି ଦୁଈ ଜଣ ଛାତ୍ର ଙ୍କୁ ହାଇସ୍କୁଲ ରେ ଅଚାନକ ଚଢ଼ାଉ କରି ପୋଲିସ ଗିରଫ କରିଥିଲା। ଦୁଇ ନାବାଳକ ଗିରଫ ହେଵା ପରେ ସେମାନଙ୍କୁ ସ୍କୁଲରୁ ବହିସ୍କୃତ କରାଯାଇଥିବା ଜଣାପଡିଛି। ଏ ସଂକ୍ରାନ୍ତ ରେ କାକଟପୁର ଥାନା ରେ ଏକ ମାମଲା ରୁଜୁ କରାଯାଇଛି। ଥାନା କେଶ ନମ୍ବର ୧୭୪/୨୩। ଏହି ଘଟଣା ସମଗ୍ର କାକଟପୁର ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ