ବିକ୍ରlନ୍ତ ବସ ମାଲିକ ଓ କର୍ମଚାରୀଙ୍କ ଗୁଣ୍ଡାରାଜର ପ୍ରତିବାଦରେ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚଳାଚଳ କରୁଥିବା ବିକ୍ରାନ୍ତ ନାମକ ଘରୋଇ ବସ ମାଲିକ ଓ କର୍ମଚାରୀମାନଙ୍କ ଜୁଲମର ପ୍ରତିବାଦ କରିଛନ୍ତି ଅଞ୍ଚଳବାସୀ ଓ ଅନ୍ୟ ବସ୍ ମାଲିକ l ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମାଣିକପୁର ହନୁମାନ ମନ୍ଦିରରେ ଏନେଇ ଏକ ବୈଠକ ଆୟୋଜନ କରିଥିଲେ ଅଞ୍ଚଳବାସୀ ଓ ବସ ମାଲିକ l ଏହି ବୈଠକରେ ଶତାଧିକ ଅଞ୍ଚଳବାସିଙ୍କ ସହ ବିକ୍ରାନ୍ତ ବସ ମାଲିକ ସମେତ ବିଭିନ୍ନ ବସ୍ ମାଲିକ ଯୋଗଦେଇଥିଲେ l ବିଶେଷ କରି ବିକ୍ରାନ୍ତ ବସର ମାଲିକ ଅନ୍ୟ ବସ ମାଲିକଙ୍କୁ ବିଭିନ୍ନ ଘଟଣାକୁ ନେଇ ଟାର୍ଗେଟ କରିବା ସହ ମନଇଚ୍ଛା ବସ ଭଡା ନେବା , ଯାତ୍ରୀଙ୍କୁ ଦୁଃବ୍ଯବହାର କରିବା ,ଅନ୍ୟ ଗାଡ଼ିର କର୍ମଚାରୀଙ୍କୁ ମାଡ଼ ମାରିବା ଭଳି ଅନେକ ଅଭିଯୋଗ ଉପସ୍ଥାପନ କରିଥିଲେ ଅଞ୍ଚଳବାସୀ ଓ ବସ ମାଲିକ l ଏଥିସହ ଅନ୍ୟ ବସର ଷ୍ଟାଫ ମାନଙ୍କୁ ବିକ୍ରାନ୍ତ ବସର ମାଲିକ ଓ ଷ୍ଟାଫ ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଥିବା ଅଭିଯୋଗ କରିଛନ୍ତି l ଗତ ୬ ତାରିଖରେ ଗୋଟିଏ ଘରୋଇ ବସର କଣ୍ଡକ୍ଟରଙ୍କୁ ବ୍ରହ୍ମପୁରରେ ବିକ୍ରlନ୍ତ ବସର ମାଲିକ ଗୁଣ୍ଡା ଲଗାଇ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଅନ୍ୟ ଏକ ବସ୍ ମାଲିକ l ସେହିପରି ଗଜପତି ଜିଲ୍ଲା ରେ ଚଳାଚଳ କରୁଥିବା ସବୁ ବସ ମାଲିକଙ୍କୁ ବିକ୍ରlନ୍ତ ବସ ମାଲିକ ଧମକ ଦେଉଥିବା ଅଭିଯୋଗ କରିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ବିକ୍ରlନ୍ତ ବସ କର୍ମଚାରୀ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି l ତେବେ ଆଗକୁ ଏଭଳି ଭୁଲ ନକରିବା ଲାଗି ଅଞ୍ଚଳବାସୀ ଓ ବସ ମାଲିକ ଚେତାବନୀ ମଧ୍ୟ ଦେଇଛନ୍ତି । ପ୍ରତ୍ୟେକ ବସ ଷ୍ଟାଣ୍ଡରେ ରୁଟ୍ ଚାଟ ସହ ଗାଡ଼ି ମାଲିକଙ୍କ ଫୋନ ନମ୍ବର ଲଗାଇବା ଓ ଭଡା ତାଲିକା ମଧ୍ୟ ଲଗାଇବାକୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ