ସରପଞ୍ଚ ନିରଞ୍ଜନ ଧଳଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା
ବାଲେଶ୍ୱର, (ସରୋଜ ପଣ୍ଡା):ଗତକାଲି କୁରାଡିହା ଠାରେ ସଦର ବିଜେପି ପକ୍ଷରୁ ଦଳର ବରିଷ୍ଠ ନେତା, ଟାଣୁଆ ସଂଗଠକ ତଥା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଦିବଙ୍ଗତ ନିରଞ୍ଜନ ଧଳଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନେତୃବୃନ୍ଦ ତାଙ୍କର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ନିରଞ୍ଜନ ଧଳଙ୍କର ବିୟୋଗ ଭାରତୀୟ ଜନତା ପାର୍ଟି ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ଅକସ୍ମାତ ବିୟୋଗ ସମସ୍ତଙ୍କୁ ଗଭୀର ଭାବେ ମର୍ମାହତ କରିଛି । ଦଳ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । କୁରାଡିହା ମାଟି ଆଜି ତାର ଏକ ସୁଯୋଗ୍ୟ ସନ୍ତାନକୁ ହରାଇଛି । ସ୍ୱର୍ଗତ ଧଳ ଜଣେ ବନ୍ଧୁବତ୍ସଳ, ଜନସେବା ବ୍ରତୀ, ପରୋପକାରୀ ତଥା ମାଟି ସହ ଜଡି ହେଇଥିବା ନେତା ଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ନେତୃବୃନ୍ଦ ସ୍ୱର୍ଗତ ନିରଞ୍ଜନ ଧଳଙ୍କର ତୈଳ୍ୟ ଚିତ୍ରରେ ପୁଷ୍ପଅର୍ଘ୍ୟ ଅର୍ପଣ କରି ଅମର ଆତ୍ମାର ସଦଗତି ପାଇଁ କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଏହି ଦୁଃଖଦ ସମୟରେ ମହାପ୍ରଭୁ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀ ନେତା ମାନସ କୁମାର ଦତ୍ତ, ବରିଷ୍ଠ ନେତା ଗୌରାଙ୍ଗ ଦାସ, ମଣ୍ଡଳ ସଭାପତି ତପନ ଗିରି ଓ କାର୍ତ୍ତିକ ରାଉତ, ଲୋକନାଥ ଭୁୟାଁ, ସରପଞ୍ଚ ରବିନାରାୟଣ ପ୍ରଧାନ, କୁରାଡିହାର ନାଏବ ସରପଞ୍ଚ ସୁମିତ୍ରା ବାରିକ, ମଣ୍ଡଳ ସାଧାରଣ ସମ୍ପାଦକ କାର୍ତ୍ତିକ ପ୍ରଧାନ, ଭୀମ ବେହେରା, ସୁଭେଶ ନାୟକ, ଅନ୍ତର୍ଯ୍ୟାମୀ ବେହେରା, ସୃଷ୍ଟିଧର ସେନାପତି, ଭାଗ୍ୟଧର ନାୟକ, ପୁରୁଷୋତ୍ତମ ବାରିକ, ମନୋରଞ୍ଜନ ବାରିକ, ବିଶ୍ୱନାଥ ଧଳ, ଶଶିକାନ୍ତ ମିଶ୍ର, ରାଜେନ୍ଦ୍ର ବାରିକ, ସୁଧାକର ବାରିକ ସହ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାକୁ ପଞ୍ଚାୟତ ସଭାପତି ସଦାଶିବ ଜେନା ସଂଚାଳନ କରିଥିଲେ ।


