ଚୌଦ୍ଵାର ଜେଲ ରେ ରକ୍ଷାବନ୍ଧନ
ଚୌଦ୍ଵାର, (ଦୀପକ କୁମାର ବେଉରା):ଚୌଦ୍ୱାର ମଣ୍ଡଳ କାରାଗାର ରେ ପାଳିତ ହୋଇ ଯାଇଛି ପବିତ୍ର ରକ୍ଷାବନ୍ଧନ ଉତ୍ସବ । ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରିୟ ବିଶ୍ଵବିଦ୍ୟାଳୟ ଚୌଦ୍ଵାର ଶାଖା ର ସଦସ୍ୟ ଓ ସଦସ୍ୟା ମାନେ ଚୌଦ୍ଵାର ମଣ୍ଡଳ କାରାଗାର ର ଅନ୍ତେବାସୀ ମାନଙ୍କୁ ଦୁବ ,ବରକୋଳି ପତ୍ର ,ଚନ୍ଦନ ଲଗେଇ ମିଠା ଖୁଆଇ ରାକ୍ଷୀ ବାନ୍ଧି ଥିଲେ। ଜେଲ୍ ସୂପରିଟେଣ୍ଟ୍ ପ୍ରଦୀପ ବେହେରାଙ୍କ ଉପସ୍ଥିତି ରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରିୟ ବିଶ୍ଵବିଦ୍ୟାଳୟ ଚୌଦ୍ଵାର ଶାଖା ର ପାର୍ବତୀ,ବେଣୁଧର ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଚୌଦ୍ଵାର ଜେଲ୍ ର ପ୍ରାୟ ଦୁଇ ଶହ ଅନ୍ତେବାସୀ ଙ୍କୁ ରାକ୍ଷୀ ବାନ୍ଧିଥିଲେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରିୟ ବିଶ୍ଵବିଦ୍ୟାଳୟ ଚୌଦ୍ଵାର ଶାଖାର ସଦସ୍ୟାମାନେ l


