“ଘୁମୁସରର ସ୍ୱର’ର ୧୨୮ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସରର ସ୍ୱର୰ ବାଲିପଦର ପକ୍ଷରୁ ଗହ୍ମା ପୁର୍ଣ୍ଣିମା ଅବସରରେ ବାଲିପଦର ସରସ୍ୱତୀ ଶିଶୁ ମନ୍ଦିର ଠାରେ ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ୧୨୮ତମ ସାହିତ୍ୟ ଆଲୋଚନା ଚକ୍ର, କବିତା ଆସର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ଅତିଥି ଭାବେ ବରିଷ୍ଠ କବି ଅନନ୍ତ କର, ଡକ୍ଟର ବ୍ରଜକିଶୋର ପାଢ଼ୀ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଇଂଞ୍ଜିନିୟର ବିପ୍ର ଚରଣ ପାତ୍ର, ସର୍ଦ୍ଦାର ଲିଙ୍ଗରାଜ ଦାଶ, ଖଲି ପରିଡା, ଚିନ୍ମୟ କୁମାର ବେବର୍ତ୍ତା ପ୍ରମୁଖ ଯୋଗଦେଇ ଘୁମୁସର ସାହିତ୍ୟ ବିଶ୍ୱ ବିଖ୍ୟାତ ସର୍ଜନାତ୍ମକ ସାହିତ୍ୟ ଏହାର ସଂରକ୍ଷଣ ଜରୁରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଯୁବ ସମାଜସେବୀ, ସାହିତ୍ୟିକ ତଥା ପ୍ରକାଶକ କବି ଚିନ୍ମୟ କୁମାର ବେବର୍ତ୍ତାଙ୍କୁ ତାଙ୍କ ସାହିତ୍ୟ ସେବା କ୍ଷେତ୍ରରେ କାର୍ଯ୍ୟକୁ ସମ୍ମାନ ଜଣାଇ ପ୍ରତିଷ୍ଠାନ ପକ୍ଷରୁ “ଘୁମୁସରର ସ୍ୱର’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିଲା । କବି ଶ୍ରୀଧର ମିଶ୍ର, ପୁର୍ଣ୍ଣ ଚନ୍ଦ୍ର ଭୋଳ, କବୀ ପ୍ରଭାତୀ ମଞ୍ଜରୀ ବେହରା ପ୍ରମୁଖ କବିତା ପାଠ କରିଥିବା ବେଳେ କୈଳାଶ ଚନ୍ଦ୍ର ପ୍ରଧାନ, କାହ୍ନୁଚରଣ ବାଡତ୍ୟା, ଏ. ସର୍ଭିସ୍ ଆଚାରୀ, ରମାକାନ୍ତ ରାଉତ, କେ. ରାଘବ ଚରଣ ପାତ୍ର, ନିରଞ୍ଜନ ପାତ୍ର, ରାଜ ଗୋପାଳ ନାୟକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ବାଲିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଇ. ନିଳାଞ୍ଚଳ ପାତ୍ର ଉପସଂହାର ବକ୍ତବ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ