ଜିଲ୍ଲା କାରାଗାରରେ ସାଂସଦ ପାଳନ କଲେ ରକ୍ଷାବନ୍ଧନ ଉତ୍ସବ

ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ବାଲେଶ୍ଵର ଜିଲା କାରାଗାରରେ ଥିବା ଅନ୍ତେବାସୀଙ୍କ ସହିତ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ କରିବା ସହିତ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି। ସାଂସଦ ବ୍ୟକ୍ତିଗତ ଭାବେ ବିଚାରାଧୀନ ଓ ସଜାପ୍ରାପ୍ତ କଏଦୀ ମାନଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝିଥିଲେ। ଅନ୍ତେବାସୀଙ୍କ ଅଭିଯୋଗ ସମ୍ବନ୍ଧରେ ସାଂସଦ ଜେଲ୍ କତୃପକ୍ଷଙ୍କ ସହିତ ଆଲୋଚନା କରି ତୁରନ୍ତ ନିରାକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସାଂସଦଙ୍କ ସହିତ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ସମ୍ପାଦକ ବିଜୟ ସାହୁ, ମମତା ମହାପାତ୍ର, ସଞ୍ଜୁକ୍ତା ମହାପାତ୍ର ଉପସ୍ଥିତ ଥିଲେ:- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ