ଲକ୍ଷାଧିକ ଟଙ୍କାର ଚୋରା ଶାଳଗଣ୍ଡି ସହ ପିକଅପ୍ ଗାଡ଼ି ଜଵତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନାଞ୍ଚଳ ସିଙ୍ଗଡ଼ା ସେକ୍ସନ ସାରଙ୍ଗ ଗଡ଼ ଗାଁରୁ ଏକ ଚୋରା ଶାଳଗଣ୍ଡି ବୋଝେଇ ପିକଅପ୍ ଗାଡ଼ି ନମ୍ବର ଓଆର-୦୯ଜି-୪୪୨୧ ଆଜି ବନ ବିଭାଗ ଦ୍ବାରା ଜବତ କରାଯାଇଛି ଏବଂ ଜଣକୁ ଗିରଫ କରିଥିବା ଖବର ଆମର ହସ୍ତଗତ ହୋଇଛି। ସୂଚନାଯୋଗ୍ୟ ଯେ କୌଣସି ସୂତ୍ରରୁ ସିଙ୍ଗଡ଼ା ସେକ୍ସନ ବନପାଳ ଦିପ୍ତିମୟୀ ସେଠୀ ତାଙ୍କ ସେକ୍ସନର ସାରଙ୍ଗ ଗଡ଼ ଗାଁ ନିକଟରେ ଚୋରା ଶାଳଗଣ୍ଡି ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ଖବର ରାତିରେ ପେଟ୍ରୋଲି° କରୁଥିବା ସମୟରେ ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କୁ ଜଣାଇଥିଲେ। ତାଙ୍କ ନିର୍ଦ୍ଦେଶରେ ସହକାରୀ କରଞ୍ଜିଆ ବନ ସଂରକ୍ଷକ ଫାଲଗୁନୀ ବେହେରା,ମଦନମୋହନ ମହାନ୍ତ, କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ, ସିଙ୍ଗଡ଼ା ସେକ୍ସନ ବନପାଳ ଦିପ୍ତିମୟୀ ସେଠୀ ଗାର୍ଡ ରଶ୍ମିତା ବାରିକ, ପ୍ରମିଳା ମହାନ୍ତ,ଟିପିଏଫ ଷ୍ଟାଫ ତଥା ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହ ସେହି ଗାଁରେ ଅତର୍କିତ ଚଢ଼ାଉ କରିଥିଲେ ଏବଂ ଏକ ପିଠଅପ୍ ରେ ଶାଳଗଣ୍ଡି ବୋଝେଇ ହୋଇଥିଵା ଦେଖିବାକୁ ପାଇଥିଲେ। ଗାଡିଟି ଚଢେଇଭୋଳ ପଟକୁ ଯାଉଥିବା ବେଳେ ଗାଡ଼ିରେ କାଠ ବା ଗାଡିର କୌଣସି ବୈଧ କାଗଜପତ୍ର ନଥିବାରୁ
ଗାଡ଼ିକୁ ଜଵତ କରିବା ସହ ଚଢେଇଭୋଳ ଗାଁର କଟିଆ ମହାକୁଡ଼ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିବା କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଙ୍କ ପ୍ରତିକ୍ରିୟା ନେବାରୁ ଏହି ଗାଡି ଓ କାଠ ଗୁଡିକ ଚଢେଇଭୋଳ ଅଞ୍ଚଳର ସବୀର ନାମକ ବ୍ୟକ୍ତିଙ୍କର ସେକେବଳ ଜଣେ କର୍ମଚାରୀ ବୋଲି ପ୍ରକାଶ କରିଛନ୍ତି ଦୀର୍ଘ ସମୟର ନୀରବତା ପରେ ଚଢେଇଭୋଳ ଅଞ୍ଚଳ ରେ ପୁଣି କାଠ ମାଫିଆ ସକ୍ରିୟ ହୋଇଥିବା ଏହି ଘଟଣା ପରେ ସ୍ପଷ୍ଟ ହୋଇଛି । ବନବିଭାଗ ସଜାଗ ନହେଲେ ଏଭଳି ଟ୍ରକ ଟ୍ରକ କାଠ ଗଣ୍ଡି ଓ କାଠ ମାଫିଆ ମାନେ ପାର କରାଇବାରେ ସମର୍ଥନ ହେବେ ଏଣୁ ବନବିଭାଗ ଏହାକୁ ଗୁରୁତ୍ୱ ଦେଇ ରାତ୍ରି କାଳୀନ ପେଟ୍ରୋଲିଙ୍ଗ ଓ ଚଢେଇଭୋଳ ଅଞ୍ଚଳ ରେ ନିୟମିତ ଚଢ଼ାଉ ଜାରିରଖିବାକୁ ପରିବେଶ ପ୍ରେମୀ ଓ ଅଞ୍ଚଳବାସୀ ଦାବୀ କରିଛନ୍ତି। ଏହି କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଅଟକ ବ୍ୟକ୍ତି ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ଶ୍ରୀଯୁକ୍ତ ନାଏକ ସୂଚନା ଦେଇଛନ୍ତି ।


