କେନ୍ଦ୍ରାପଡାରେ ଲିଗାଲ ଲିଟେରାସି ଫେଷ୍ଟିଭାଲ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ଲିଗାଲ ଲିଟେରାସି ଫେଷ୍ଟିଭାଲ(ଆଇନଗତ ସ୍ୱାକ୍ଷରତା ପାର୍ବଣ) ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟବସ୍ଥାକୁ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଆଇନ ବିଷୟରେ ଅବଗତ କରାଇବା ଓ ସଚେତନ କରାଇବା । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲାର ୧୬ଟି ବିଦ୍ୟାଳୟର ଲିଗାଲ ଲିଟେରାସି କ୍ଲବର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ନାଟକ, ଚିତ୍ରାଙ୍କନ, ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା । ନାଟକ ପ୍ରତିଯୋଗିତାରେ ଇନ୍ଦୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ, ବାରିମୂଳ ଦ୍ୱିତୀୟ ଓ ବଟିରା ନୋଡାଲ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲା । ସେହିଭଳି ଚିତ୍ରାଙ୍କନ, ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ପରିବାର ଅଦାଲତଜଜ୍ ବିକାଶ ଚନ୍ଦ୍ର ଦେ, ଅତିରିକ୍ତ ଜିଲ୍ଲାଜଜ୍ ଅଜୟ କୁମାର ପ୍ରଧାନ ଓ ପ୍ରଣତି ପଟ୍ଟନାୟକ, ବରିଷ୍ଠ ଦେୱାନୀଜଜ୍ ଅନ୍ନପୂର୍ଣ୍ଣା ନାୟକ, ବରିଷ୍ଠ ଦେୱାନୀଜଜ୍‌(ଏଲ୍‌.ଆର୍‌.) ଆଲୋକମୟୀ ପ୍ରଧାନ, ରେଜିଷ୍ଟ୍ରାର ରମାଦେବୀ ସୋରେନ୍‌, ଅତିରିକ୍ତ ଦେୱାନୀଜଜ୍ ସ୍ନିଗ୍ଧା ପନ୍ତା, କନିଷ୍ଠ ଦେୱାନୀଜଜ୍ କୁମାର ସ୍ପନ୍ଦନ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଲିପାପୁଷ୍ପା ଖୁଣ୍ଟିଆ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଅମିତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ