କେନ୍ଦ୍ରାପଡା ବ୍ଲକ ମହିଳା ବିଜେଡି ସାଧାରଣ ସମ୍ପାଦିକାଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନବ ନିର୍ବାଚିତ କେନ୍ଦ୍ରାପଡା ବ୍ଲକ ମହିଳା ବିଜୁ ଜନତା ଦଳର ସାଧାରଣ ସମ୍ପାଦିକା ମନଜା ମହାନ୍ତିଙ୍କୁ ସ୍ଥାନୀୟ ଏକ ହୋଟେଲ ପରିସରରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହିତ ଦଳର ମହିଳା ସଂଗଠନକୁ ମଜଭୁତ କରିବାକୁ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ଅଧିକରୁ ଅଧିକ ମହିଳାମାନଙ୍କୁ ଦଳରେ ସାମିଲ କରିବା ସହିତ ସେମାନଙ୍କ ସମସ୍ୟା ଗୁଡିକ ସହିତ ଜଡିତ ହୋଇ ସମାଧାନର ପନ୍ଥା ବାହାର କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ପୈାରାଧ୍ୟକ୍ଷା ସରିତା ସାହୁ, ବ୍ଲକ ବିଜେଡି ମହିଳା ସଭାପତି ସୁମିତ୍ରା ପାଢୀ, ନଗର ବିଜେଡି ମହିଳା ସଭାପତି ସ୍ୱୟଂପ୍ରଭା କର ପ୍ରମୁଖ ଉପସ୍ଥିତ ଥିଲେ ।


