ସାଇକଲରେ ଅଫିସ ଆସିଲେ କେନ୍ଦ୍ରାପଡା ଜିଲ୍ଲାପାଳ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର.ଆୟର ମଙ୍ଗଳବାର ସାଇକଲ ଯୋଗେ ଗରାପୁର କୋଠିଛକ ସ୍ଥିତ ଆବାସିକ କାର୍ଯ୍ୟାଳୟରୁ ପୁରୁଣା ବସଷ୍ଟାଣ୍ଡସ୍ଥିତ ଜିଲ୍ଲା କାର୍ଯ୍ୟାଳୟକୁ ଆସିଥିଲେ। ଏଥିସହିତ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ସମାପନ ପରେ ଅପରାହ୍ନରେ ସାଇକଲ ଯୋଗେ ଆବାସିକ କାର୍ଯ୍ୟାଳୟକୁ ଫେରିଯାଇଥିଲେ। ଦେଶରେ ତୈଳ ସଙ୍କଟ ଲାଗିରହିଥିବା ବେଳେ ରାଜ୍ୟ ତଥା କେନ୍ଦ୍ରାପଡାରେ ମଧ୍ୟ ତୈଳ ସଙ୍କଟ ଲାଗି ରହିଛି। ତେଣୁ ଜିଲ୍ଲାପାଳ ଶ୍ରୀ ଆୟର ସାଇକଲରେ ନିଜ କାର୍ଯ୍ୟାଳୟକୁ ଆସିବା ସହ ଏହି ଅବସରରେ ଲୋକମାନଙ୍କ ଉଦେଶ୍ୟରେ କହିଛନ୍ତି ଯେ ବିଶେଷ ଆବଶ୍ୟକତା ନଥିଲେ ଗାଡି ବଦଳରେ ସାଇକଲରେ ଯିବା ଆସିବା କରନ୍ତୁ। ପନିପରିବା, ଫଳମୂଳ, ମାଛ, ମାଂସ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କ୍ରୟ କରିବା ପାଇଁ ଲୋକମାନେ ସାଇକଲରେ ଆସିବା ଉଚିତ ବୋଲି କହିଛନ୍ତି। ସେହିପରି ଅଳ୍ପ ଦ୍ୱରତାକୁ ଯିବା ଆସିବାକୁ ଗାଡି ବଦଳରେ ସାଇକଲ ବ୍ୟବହାର କରିବା ଉଚିତ। ଏହାଦ୍ୱାରା ଦେଶରେ ଲାଗି ରହିଥିବା ତୈଳ ସଙ୍କଟକୁ ଟାଳି ହେବ। ଜରୁରୀ ଆବଶ୍ୟକତା ବିନା ଗାଡି ବ୍ୟବହାରକରି ଇନ୍ଧନର ଅପଚୟ ନକରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ