ପୁଲିସ୍ କବଜାରେ ୨ ଲୁଟେରା

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ବ୍ରହ୍ମପୁର ସହର ସମେତ ଏହାର ପରବର୍ତ୍ତୀ ଗ୍ରାମ ଗୁଡିକରେ ଚୋରି ଠାରୁ ଆରମ୍ଭ କରି ଦିନ ଦ୍ୱିପହରରେ ଡକାୟତି ଉଦ୍ୟମ କରି ଅପରାଧି ମାନେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେବା ଘଟଣା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ବ୍ରହ୍ମପୁର ବୈଦନାଥପୁର ପୋଲିସ ୨ ଜଣ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଲୁଟେରାଙ୍କ ପରିଚୟ ଗଜପତି ନଗର ସପ୍ତମ ଲାଇନର ସୁଜିତ କୁମାର ପାଢୀ (୩୮) , ଅନ୍ୟ ଜଣେ ଲୁଟେରା ଆଙ୍କୁଲି ନିଗମ ନଗର ଦ୍ୱିତୀୟ ଲାଇନର ଜଗଦିଶ ବେହେରା (୩୨) ବୋଲି ଜଣାପଡିଛି । ବୈଦନାଥ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ୨ ଲୁଟେରା ଜରଡା, ଓ ବାରଙ୍ଗ ଅଂଚଳରୁ ଚେନ ଝାମ୍ପିନେବା ଆଦି ବିଭିନ୍ନ ସ୍ଥାନରେ ଡକାୟତି ଓ ଲୁଟ୍ ଘଟଣାରେ ଜଡିତ ଥିବା ପୋଲିସ ପର୍ଦାଫାଶ କରିଛି ।ଏଥିସହ ୨ ଲୁଟେରା ଠାରୁ ନଗଦ ୧୦ ହଜାର ଟଙ୍କା ,ମୋଟର ସାଇକେଲ, ୨ ଟି ମୋବାଇଲ ଫୋନ୍‌,ଗୋଟିଏ ବନ୍ଧୁକ ଜବତ କରିଥିବା ବେଳେ ପୋଲିସ ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ