ପ୍ଲାଷ୍ଟିକ ବର୍ଜନ ପାଇଁ ଉଠାଦୋକାନୀ ମାନଙ୍କ ଶୋଭାଯାତ୍ରା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାରା ବିଶ୍ୱରେ ପ୍ଲାଷ୍ଟିକ ଏକ ବଡ଼ ସମସ୍ୟା ରୂପେ ମୁଣ୍ଡ ଟେକିଥିବା ବେଳେ ଭାରତରେ ବହୁଳ ଭାବରେ ପ୍ଲାଷ୍ଟିକ ଜିନିଷ ବ୍ୟବହାର ଫଳରେ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଭୂତଳ ଜଳ ସଂରକ୍ଷଣ ହ୍ରାସ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସୃଷ୍ଟି ହେବା ସହିିତ ଅନେକ ପ୍ରକାର ରୋଗର କାରଣ ସାଜିଥାଏ । ଏଥି ସହିତ ପ୍ଲାଷ୍ଟିକ ଜରି, ପାଉଚ ଆଦି ଖାଇ ଅନେକ ସମୟରେ ବହୁ ବୁଲା ଗୋରୁଗାଈ ଓ ଷଣ୍ଢ ମୃତ୍ୟୁମୁଖରେ ପଡ଼ିଥାନ୍ତି । ପ୍ଲାଷ୍ଟିକର ବହୁଳ ବ୍ୟବହାର ଫଳରେ ଅବ୍ୟବହୃତ ପ୍ଲାଷ୍ଟିକ ଦ୍ରବ୍ୟ ମାଟିରେ ନ ମିଶିପାରି ମାଟିକୁ ବିଷାକ୍ତ ଓ ଅନୁର୍ବର କରିବା ସହିତ ଚାଷକାର୍ଯ୍ୟରେ ବାଧାଦୃଷ୍ଟି କରିଥାଏ ।ଏହି ପରିପ୍ରେକ୍ଷୀରେ ଜାତୀୟ ଉଠାଦୋକାନୀ ମହାସଂଘର ସାଧାରଣ ସମ୍ପାଦକ ଶକ୍ତିମାନ ଘୋଷଙ୍କ ଡାକରାରେ ସାରା ଭାରତବର୍ଷରେ ପ୍ରତ୍ୟେକ ରାଜ୍ୟରେ ଉଠାଦୋକାନୀମାନେ ପ୍ଲାଷ୍ଟିକ ବର୍ଜନ ଉପରେ ଜନସଚେତନତା ସୃଷ୍ଟି କରୁଥିବା ବେଳେ ଓଡ଼ିଶାରେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ମହାସଂଘ ଓ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ମିଳିତ ସହଯୋଗରେ ଓଡ଼ିଶାର ବିଭିନ୍ନ ସହରଗୁଡ଼ିକରେ ପ୍ଲାଷ୍ଟିକମୁକ୍ତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଶୁକ୍ରବାରଦିନ ଭୁବନେଶ୍ୱରସ୍ଥିତ ୟୁନିଟ୍-୧, ୟୁନିଟ୍-୨, ଖାରବେଳ ନଗର, ପିଏମ୍ଜି, ବିଧାନସଭା ଅଞ୍ଚଳରେ ଉଠାଦୋକାନୀମାନେ ହାତରେ ପ୍ଲାଷ୍ଟିକ ମୁକ୍ତ ପ୍ଲାକର୍ଡ ଧରି ଲୋକମାନଙ୍କୁ ସଚେତନ କରାଇବା ସହ ପ୍ରଚାର ପତ୍ର ବାଣ୍ଟିଥିଲେ ଏବଂ ପାଣିବୋତଲ, ପାଣି ପାଉଚ୍, ପ୍ଲାଷ୍ଟିକ ତିଆରି ସାମଗ୍ରୀ, ପ୍ଲାଷ୍ଟିକ କଣ୍ଢେଇ ଆଦି ସାମଗ୍ରୀକୁ ପରିତ୍ୟାଗ କରିବା ସହିତ ପ୍ଲାଷ୍ଟିକ ବ୍ୟାଗ୍ ବଦଳରେ କପଡ଼ା ବ୍ୟାଗ ବ୍ୟବହାର କରି ଏକ ସୁସ୍ଥ, ସୁନ୍ଦର ଓ ସବୁଜ ପରିବେଶ ସୃଷ୍ଟି କରିବାକୁ ନିବେଦନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ, ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ମହିଳା ନେତ୍ରୀ ଭାରତ ସେଠୀ, ମାଧବ ରାଉତ, ବୁନା ସ୍ୱାଇଁ, ଅରୁ, ପ୍ରଶାନ୍ତ ଓ ବବୁଲ ପ୍ରମୁଖ ଉପସ୍ଥିତ ଥିଲେ ।