ପାଲା ଗାୟକ ସ୍ୱର୍ଗତ ଦିବାକର ସାହୁଙ୍କ ସ୍ମୃତିଚାରଣ ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବେଗନା ଗ୍ରାମର ପାଲା ଗାୟକ ସ୍ୱର୍ଗତ ଦିବାକର ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଗାୟକ ନବ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗାୟକ କିଶୋର କୁମାର ମହାନ୍ତି, ଶଙ୍କର୍ଷଣ ମିଶ୍ର, କାଳନ୍ଦି ଚରଣ ସାହୁ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ଅବସରପ୍ରାପ୍ତ ସିଆରସିସି ବାବାଜି ଚରଣ ଦଳେଇ, ଅବସରପ୍ରାପ୍ତ କାରା ମଙ୍ଗଳ ଅଧିକାରୀ ବାବାଜି ଚରଣ ଜେନା, ଶିକ୍ଷକ ବିଜୟ କୁମାର ମହାନ୍ତି, ପାଲାକାର ମହେଶ୍ୱର ପଲେଇ, ମହେଶ୍ୱର ବେହେରା, ଦାମୋଦର ରାଉତ, ସନାତନ ବାରିକ, ସମାଜସେବୀ ନିରଞ୍ଜନ ମଲ୍ଲିକ, ମଣିଭଦ୍ର ବିଶ୍ୱାଳ, ଗୌରାଙ୍ଗ ନନ୍ଦ ଯୋଗ ଦେଇ ସ୍ୱର୍ଗତ ସାହୁ ଜଣେ ପ୍ରାଚୀନ ପାଲା ଗାୟକ ଥିଲେ । ଦୀର୍ଘ ୫୦ ବର୍ଷ ଧରି ରାଜ୍ୟର ବିଭିନ୍ନ ଜିଲାରେ ସେ ପାଲା ପରିବେଷଣ କରି ଆସିଥିଲେ । ସେ ଜଣେ ହୃଦୟବାନ ବ୍ୟକ୍ତି ଥିଲେ । କାହାରି ସହିତ ତାଙ୍କର ଶତୃତା ନଥିଲା । ସମସ୍ତଙ୍କ ସହିତ ମଧୁର ଲୋକପ୍ରିୟତା ମଧ୍ୟରେ ତାଙ୍କ ଜୀବନ ଅତିବାହିତ ହୋଇଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପୁତ୍ର, ପୁତ୍ରବଧୁ, ଝିଅ, ଜ୍ୱାଇଁ, ନାତିନାତୁଣୀ, ପରିବାରବର୍ଗଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ