ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ଚୁନେଇ ଗିରଫ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗ୍ୟାଙ୍ଗଷ୍ଟର ସ୍ୱର୍ଗତ ହାଇଦରର ପୁଅ ଚୁନେଇ ଓରଫ ସେକ ନାସିରକୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଟାଉନ ଥାନା କେଶ ନମ୍ବର ୧୨୯/୨୦୨୦ରେ ଚୁନେଇ ଫେରାର ଥିଲା । ପୋଲିସ ଏକ ବିଶେଷ ସୁତ୍ରରୁ ଖବର ପାଇ ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମର ସ୍ୱର୍ଗତ ହାଇଦରର ପୁଅ ଚୁନେଇ ଓରଫ ସେକ ନାସିରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ବାରିମୂଳସ୍ଥିତ ଉପ କାରାଗାରକୁ ପଠାଇଦିଆଯାଇଥିବା ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି ।