କ୍ରିଷ୍ଟଲ ଆୱାର୍ଡ ସମ୍ମାନରେ ସମ୍ମାନିତ ହେଲେ ଦୀପିକା

ମୁମ୍ବାଇ : ମେଣ୍ଟାଲ ହେଲ୍‌ଥ ଅୱେରନେସ୍‌ (ମାନସିକ ସ୍ୱାସ୍ଥ୍ୟ ସଚେତନତା) ଲାଗି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ୨୬ତମ ଆନୁଆଲ କ୍ରିଷ୍ଟଲ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କ ନାମ ଦାଭୋସ୍‌ ବିଜେତାଙ୍କ ସୂଚୀରେ ସାମିଲ କରାଯାଇଛି । ଏକ ମାତ୍ର ଭାରତୀୟ ଅଭିନେତ୍ରୀ ଭାବେ ସେ ଏହି ସମ୍ମାନ ପାଇଛନ୍ତି । ପୁରସ୍କାର ପାଇଁ ସମ୍ମାନିତ ହେବା ପରେ ସେ ଅତ୍ୟନ୍ତ ଖୁସି ହେବା ସହ କହିଛନ୍ତି ଯେ, ବିଶ୍ୱରେ ଏହି ରୋଗରେ ପାଖାପାଖି ୩୦ କୋଟିରୁ ଊର୍ଦ୍ଧ୍ବ ଲୋକ ପୀଡ଼ିତ ଅଛନ୍ତି । ଡିପ୍ରେସନ୍‌ ବା ଅବସାଦ ବିଶ୍ୱରେ ମାନସିକ ବିକଳାଙ୍ଗତା ଏବଂ ଖରାପ ସ୍ୱାସ୍ଥ୍ୟର କାରଣ ଭାଷବ ପରିଣତ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଚଳିତ ବର୍ଷ କ୍ରିଷ୍ଟାଲ ଆୱାର୍ଡ ପାଇଥିବା ଯୋଗୁଁ ସମ୍ମାନିତ ଅନୁଭବ କରୁଛି । ଚିନ୍ତା, ଅବସାଦ ଏବଂ ମାନସିକ ରୋଗରେ ଆକ୍ରାନ୍ତ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ଏହାର ସମସ୍ତ ଶ୍ରେୟ ଦେବାକୁ ଚାହୁଁଛି ।” ଦୀପିକାଙ୍କ ଆଗାମୀ ପ୍ରୋଜେକ୍ଟ କଥା କହିବାକୁ ଗଲେ ତାଙ୍କ ଅଭିନୀତ ‘ଛପାକ୍‌’ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବ । ଏଥିରେ ସେ ମାଳତୀ ନାମ୍ନୀ ଜଣେ ଏସିଡ୍‌ ଆଟାକ୍‌ ସର୍ଭାଇଭାଲଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ମେଘ୍‌ନା ଗୁଲ୍‌ଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବିକ୍ରାନ୍ତ ମେସୀ ଦୀପିକାଙ୍କ ଅପୋଜିଟରେ ନଜର ଆସୁଛନ୍ତି । ଏହି ଫିଲ୍ମଟି ୨୦୨୦ ଜାନୁଆରୀ ୧୦ରେ ରିଲିଜ୍‌ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ