ଜିରାବାଡ଼ି ଗଣେଶ ପୂଜା ରେ ୧୫ ଫୁଟ ଉଚ୍ଚତାରେ ଗଣେଶ ମୂର୍ତ୍ତି

ଜିରାବାଡ଼ି, (ଜଗନ୍ନାଥ ପ୍ରଧାନ):ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସ୍ଥାନରେ ମଙ୍ଗଳ ବାର ଅଗ୍ରପୂଜ୍ୟ ପାର୍ବତୀ ନନ୍ଦନ ଶ୍ରୀ ଗଣେଷ ଙ୍କ ପୂଜା ଭକ୍ତି ର ସହ ପାଳିତ ହୋଇଯାଇଛି । ଜିରାବାଡ଼ି ର ହାଟ ଛକ, ଛାମୁଣ୍ଡା ଛକ ,ବଡ଼ ଦାଣ୍ଡ ,ଗୁଡ଼ି ପାଟଣା ,ଗୋଲା ସାହି ଧୋବା ସାହି, ଗଡାଣି ତଳ ଓ ସରକାରୀ ବିଦ୍ୟାଳୟ ଓ ସମସ୍ତ ଘରୋଇ ଶିକ୍ଷା ଅନୁଷ୍ଠାନ ରେ ସୁସର୍ଜିତ ଗଣେଶ ମେଢ଼ କରାଯାଇଛି । ଶୁସର୍ଜିତ ପୂଜା ମଣ୍ଡପ ମାନଙ୍କରେ ଭଳିକି ଭଳି ଶ୍ରୀ ଗଣେଶ ଙ୍କ ଜୀବନ୍ତ ପ୍ରତିମୂର୍ତ୍ତି ଦେଖିବାକୁ ମିଳୁଛି । ଚଳିତ ବର୍ଷ ର ଜିରାବାଡ଼ି ହାଟ ଛକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପାଠାଗାର ର ଯୁବକ ସଂଘ ର ସଭାପତି ଗୌତମ ପ୍ରଧାନ, ସଂପାଦକ ନିରଞ୍ଜନ ସାହୁ ଙ୍କ ଦ୍ୱାରା ଆକଶର୍ଣୀୟ ତୋରଣ ସାଙ୍ଗକୁ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ଦର୍ଶକ ଙ୍କୁ ଆକୃଷ୍ଟ କରୁଛି । ପ୍ରତେକ ପୂଜା କମିଟି ର ସଦସ୍ୟ ମାନେ ବିସର୍ଜନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଉଦ୍ୟମ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ