ଡକାୟତି ମାମଲାରେ ତିନି ଗିରଫ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):୭ ତାରିଖରେ ବେଲଗୁଣ୍ଠା ଥାନା ଇଲାକାରେ ହୋଇଥିବା ଏକ ଡକାୟତି ମାମଲାରେ ବେଲଗୁଣ୍ଠା ପୋଲିସକୁ ସଫଳତା ମିଳିଥିବା ବେଳେ ଘଟଣାରେ ସଂପୃକ୍ତ ୩ ଜଣ ଗିରଫ ହୋଇ ଜେଲ୍ ଯାଇଥିବା ଜଣାପଡିଛି ।ମିଳିଥବା ସୂଚନା ଅନୁସାରେ,ଗତ ୭ ତାରିଖରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଗୁନ୍ଧଣୀ ଗ୍ରାମର ଡି.ଉଜ୍ଲସିଂ ଗାଡି କିଣିବା ପାଇଁ ଘରୁ ବାହାରିଥିଲେ। ତାଙ୍କ ଅଭିଯୋଗ ପ୍ରକାରେ,ତାଙ୍କ ସ୍କୁଟିକୁ ଭଞ୍ଜନଗରରୁ ପିଛା କରି ଗୋଟିଏ ବାଇକ୍ ଆସିବା ପରେ ଆଉ ତିନୋଟି ବାଇକ୍ ବେଲଗୁଣ୍ଠା ଫାୟର୍ ଷ୍ଟେସନ୍ ନିକଟରୁ ତାଙ୍କ ପିଛା କରିଥିଲେ । ବେଲଗୁଣ୍ଠାରୁ ଜଗନ୍ନାଥ ପ୍ରସାଦ ଯିବା ରାସ୍ତାରେ ଏକ ଦୋକାନ ନିକଟରେ ଚାରୋଟି ବାଇକ୍ ରେ ୪ ଜଣ ଆସି ତାଙ୍କୁ ଅଟକେଇ ନିଜକୁ ଅବକାରୀ ବିଭାଗର କର୍ମଚାରୀ କହି ବ୍ୟାଗ୍ ରେ କ’ଣ ରଖିଛୁ ବୋଲି କହି ବେଲଗୁଣ୍ଠା ଥାନା ନିକଟକୁ ଆଣିଥିଲେ । ସେଠାରେ ଥାନାଧିକାରୀ ନାହାନ୍ତି କହି ତାଙ୍କୁ ଠେଙ୍ଗାଧରା ରୋଡ୍ ରେ ବିଭିନ୍ନ ଧମକ ଚମକ ଦେଇ ତାଙ୍କ ଠାରୁ ଗାଡି କିଣିବା ଲାଗି ରଖିଥିବା ନଗଦ ୬୫ ହଜାର ଟଙ୍କା,ମନି ପର୍ସ ରୁ ୩୦୦୦ ଟଙ୍କା ସହିତ,ଏକ ଲାପଟପ୍, ମୋବାଇଲ ଫୋନ୍,ଓ ଏଟିଏମ୍ କାର୍ଡ ଲୁଟି ନେଇଥିଲେ । ଧମକପୂର୍ଣ୍ଣ କଥା କହି ଏଟିଏମ୍ ପିନ୍ ନମ୍ବର ନେଇ ଏଟିଏମ୍ ରୁ ମଧ୍ୟ ୭୦୦୦ ଟଙ୍କା ଉଠାଇ ନେବା କଥା ଉଜ୍ଲସିଂ ଅଭିଯୋଗ କରିଥିଲେ । ବେଲଗୁଣ୍ଠା ପୋଲିସ ଏହାକୁ ଗୁରୁତର ରୁପେ ନେଇ ୩୯୫/୨୩ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଏବଂ ଆଜି ଘଟଣାରେ ସଂପୃକ୍ତ ବେଲଗୁଣ୍ଠା ଥାନା ଅର୍ନ୍ତଗତ କେବିରି ବରପୁର ଗ୍ରାମର ରଞ୍ଜିତ ସ୍ୱାଇଁ (୨୬) ଓ ତନରଡା ନୁଆ ସାହିର ବଳରାମ ପ୍ରଧାନ (୨୪),ବୁଗୁଡ଼ା ଥାନା ଅନ୍ତର୍ଗତ ନିମପଦର ଗ୍ରାମର ଶଙ୍କର ଦଳାଇ(୨୪) ଙ୍କୁ ଗିରଫ କରି ଭାରତୀୟ ପିଙ୍ଗଳ କୋଡ଼ ୩୯୨/୩୪ ଆଧାରରେ କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଫିସର ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ