ହୁମ୍ମାରେ ସ୍ୱଚ୍ଛଭାରତ ଅଭିଯାନ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତ ଆନୁକୂଲ୍ୟରେ ହୁମ୍ମା ଗ୍ରାମ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ରାଜପଥ (୧୬)ର ହୁମ୍ମା ଫାଣ୍ଡି ସମ୍ମୁଖରୁ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ଗଞ୍ଜାମ ବିଡ଼ିଓ ଜସ୍ମୀନ ପ୍ରଧାନ। ପରେ ହୁମ୍ମା ହାଟ, ବଟେଶ୍ୱର ରାସ୍ତା ସଫାକରିଥିଲେ । ଏଥିରେ ସ୍ଥାନୀୟ ସମିତି ସଭ୍ୟ ଧ୍ରୁବଚରଣ ପଲେଇ, ସରପଞ୍ଚ ଜାନକୀ ଦାସ, ଜିପିଓ ଶ୍ରୀକାନ୍ତ ଗୌଡ଼, ଜିଆରଏସ ସଚିଦାନନ୍ଦ ନାୟକ, ପିଇଓ ଗୌରାଙ୍ଗ ଲେଙ୍କା, ଯୋଗାଣଅଧିକାରୀ ନବୀନ ସିଂ ,ଙ୍କ ସମେତ , ଅଙ୍ଗନାବାଡି କର୍ମୀ,ଅଶା, ମହିଳାସ୍ୱଂୟ ସହାୟକ ସଙ୍ଘ, ସ୍ୱେଚ୍ଛାସେବି ମାନେ ଯୋଗଦେଇଥିଲେ।