ମାଣିତରାରେ ” ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲାର ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମାଣିତରା ଗ୍ରାମରେ ସେପ୍ଟେମ୍ବର ୨୫ ତାରିଖ ଦିନ ବିଜେପି ପକ୍ଷରୁ “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶ ପାଇଁ ବଳିଦାନ ଦେଇଥିବା ବୀର ସହିଦମାନଙ୍କ ପାଇଁ ସମର୍ପିତ ଅଭିଯାନ, “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମରେ ସମସ୍ତଙ୍କ ଘରକୁ ଯାଇ ଅମୃତ କଳସରେ ମାଟି ସଂଗ୍ରହ କରିବାର ଶୌଭାଗ୍ୟ ଅର୍ଜନ କରିଥିଲେ ବିଜେପିର ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ଚନ୍ଦ୍ର ମହାନ୍ତି, ନୀଳମଣି ବିଷୋୟୀ, ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ, ଲୋକସଭା ବିସ୍ତାରକ ସନ୍ତୋଷ ବିଶ୍ଵାଳ, ପୋଲସରା ବିସ୍ତାରକ ସୌମ୍ୟା ରଞ୍ଜନ ସାହୁ, ମଣ୍ଡଳ ସଭାପତି ସୁଶାନ୍ତ କୁମାର ଡାକୁଆ, ଗୋପାଳ ଗୌଡଙ୍କ ସମେତ ବହୁ ଯୁବ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ