ତନାର କ୍ଷେତ୍ରୀୟ ମହାସଙ୍ଘ ପକ୍ଷରୁ ଭାଗବତ ଜନ୍ମ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋର ପଞ୍ଚାୟତର ତନାର କ୍ଷେତ୍ରୀୟ ମହାସଙ୍ଘ ପକ୍ଷରୁ ନୂତନ ଗୃହ ଉଦଘାଟନ ସହିତ ଭାଗବତ ଜନ୍ମ ଉତ୍ସୋବ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ତନାର ଗ୍ରାମର ଗ୍ରାମବାସୀମାନେ ପ୍ରତ୍ୟୁଷରୁ ଭାଗବତ ଗାଦି ପୂଜନ, ଶଙ୍ଖଧ୍ୱନୀ, ଭାଗବତ ପାଠ, ହୋମଯଜ୍ଞ, ମହାମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ, ଭଜନ କୀର୍ତ୍ତନ ସହ ଗ୍ରାମ ପରିକ୍ରମା କରାଯାଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାଗୃହରେ ଗ୍ରାମର ସମସ୍ତ ଶ୍ରଦ୍ଧାଳୁମାନେ ଯୋଗଦେଇ ଭାଗବତ ପାଠ ଓ ମହିମା ସମ୍ପର୍କରେ ଆଲୋଚନା କରିଥିଲେ । ଗୋଲଖ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ମହାସଙ୍ଘର କର୍ମକର୍ତ୍ତା ନାରଣ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଶତୃଘ୍ନ ପ୍ରଧାନ, ନକୁଳି ପ୍ରଧାନ, ବାଉରୀବନ୍ଧୁ ପ୍ରଧାନ, ଗୋବିନ୍ଦ ପ୍ରଧାନ, ହେମନ୍ତ ପ୍ରଧାନ, ରମେଶ ବାରିକ, ହେମନ୍ତ ବାରିକ, ବୈଷ୍ଣବ ବେହେରା, ହରିପଦ ବେହେରା, ରଞ୍ଜନ କୁମାର ବେହେରା, ଗୁଲିଆ ପ୍ରଧାନ ପ୍ରମୁଖ ଗ୍ରାମର ଶହସ୍ରାଧରକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ