ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ
ଗଜପତି,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗୁଣ୍ଡିମା ଠାରେ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହୌି କ୍ରୀଡା ଉତ୍ସବରେ ପୁଣ୍ୟବ୍ରତ ମହାପାତ୍ରଙ୍କ ସଂଯୋଜନାରେ ସମସ୍ତ କ୍ରୀଡା ପ୍ରତିଯୋଗିତା ସୁଚାରୁରୁପେ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଅଧକ୍ଷ କେ ଯୁଗଳ କିଶୋର ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡାର ଉପଯୋଗୀତା ସଂମ୍ବନ୍ଧରେ ଭାଷଣ ଦେଇ ଅନୁପ୍ରାଣୀତ କରିଥିଲେ ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଅଜିତ କୁମାର ମୁନି ,ଆଦିତ୍ୟ ରଂଜନ ମହାନ୍ତି ,ଭବତୋଷ ତ୍ରୀପାଠି ,ଆଦିତ୍ୟ ରଂଜନ ମହାନ୍ତି ,ସୁନିତା ବେହେରା , ଶବଣ ନାୟକ ପ୍ରମୁଖ ସହଯୋଗ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ୧୫ ଟି ବିଭାଗର ବରିଷ୍ଠ ଓ କନିଷ୍ଠ ଦୁଇଟି ବିଭାଗରେ ବିଭକ୍ତ ହୋଇଥିଲା ।ଏଥିସହ ବିଦ୍ୟାଳୟର ସୁଶ୍ମିତା , ଲିମା , ମନୋଜ , ଦନୀଶ, ଶବର ଆଦି ପରିଚାଳନା କରିଥିଲେ ।