ପବିତ୍ର ଗାନ୍ଧିଜୟନ୍ତୀରେ ‘ସହାୟକ’ର ସପ୍ତଦଶ ସ୍ୱନକ୍ଷତ୍ର ଦିବସ ସମାରୋହ

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ବାଲେଶ୍ୱରର ଏକ ଅଗ୍ରଣୀ ସେବା ସଂଗଠନ ‘ସହାୟକ’ର ସପ୍ତଦଶ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ‘ଆତିଥ୍ୟ ଭବନ’ରେ ସଭାପତି ଇଂ. ସୁରେନ୍ଦ୍ରନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଫକୀରମୋହନ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ମୁଖ୍ୟଅତିଥି, ଭଦ୍ରକ ମହାବିଦ୍ୟାଳୟର ସହକାରୀ ପ୍ରଫେସର କମଳାକାନ୍ତ ଜେନା ଓ ସମ୍ମାନିତ ଅତିଥିଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ସୂର୍ଯ୍ୟେନ୍ଦୁ ଦେ ଯୋଗଦେଇ ‘ସହାୟକ’ ସଂଗଠନର ଜନକଲ୍ୟାଣକାରୀ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଅତିଥିମାନେ ଜନସେବାରେ ଏଭଳି ଅନୁଷ୍ଠାନର ଜରୁରୀ ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରି ବିଜ୍ଞାନ ଓ ଆଧ୍ୟାମିôକବାଦର ସମ୍ମିଶ୍ରଣରେ ସମାଜର କଲ୍ୟାଣ ହେବ ବୋଲି ସେମାନେ ଯୁକ୍ତି ଓ ପ୍ରମାଣସିଦ୍ଧ ବକ୍ତବ୍ୟରେ ସଭାଗୃହକୁ ଅଭିଭୂତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ‘ସ୍ମୃତିସମ୍ମାନ’ କାର୍ଯ୍ୟକ୍ରମରେ ଛଅଜଣ ମେଧାବୀ ଛାତ୍ରଛାତ୍ରୀ ଓ ବିଶିଷ୍ଟ ପ୍ରତିଭାର ଅଧିକାରୀ ଚାରିଜଣ ପ୍ରତିଭାସଂପନ୍ନ ବ୍ୟକ୍ତିଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ମେଧାବୀ ଛାତ୍ରଛାତ୍ରୀଭାବେ କିରଣ କୁମାର ବିଶ୍ୱାଳ, ବାବାଜି ମାରାଣ୍ଡି, ଆୟୁଷ ପାତ୍ର, ଆର୍ଯ୍ୟାଶ୍ରୀ ଦାସଅଧିକାରୀ, ବିନୟ ଭୂଷଣ କାମିଳା ଓ ଅନୁରାଧା ମହାନ୍ତିଙ୍କ ସମେତ ବିଶେଷ ପ୍ରତିଭାର ଅଧିକାରୀଭାବେ ସୁମିତ୍ରା ପରିଡ଼ା, ଗୋବିନ୍ଦ ଦଳାଇ, ଶିଳ୍ପୀ କେଶୁଦାସ ଏବଂ ‘ବିପଦର ବଂଧୁ’ ଚାରିଟେବୁଲ୍ ଟ୍ରଷ୍ଟର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା ।
ସାଧାରଣ ସଂପାଦକ ବିଜୟ କୁମାର ଦାସ ଅଧିକାରୀ ବିବରଣୀ ଉପସ୍ଥାପିତ କରି ଅନୁଷ୍ଠାନ ପକ୍ଷରୁ ଆର୍ଥିକ ଅନଗ୍ରସର ପରିବାରର କନ୍ୟାବିବାହ, ଅନ୍ତ୍ୟେଷ୍ଟିକ୍ରିୟା, ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଗୁରୁତର ଅସୁସ୍ଥଙ୍କ ଚିକିତ୍ସା, ବାସହୀନଙ୍କୁ ଗୃହପାଇଁ ଆର୍ଥିକ ସହାୟତା ପ୍ରଦାନ ସମେତ ବୃକ୍ଷରୋପଣ, ଅନ୍ନବସ୍ତ୍ର ଓ ଶୀତଲୁଗା ପ୍ରଭୃତି କାର୍ଯ୍ୟସହ ମାସିକ ଆଧ୍ୟାମିôକ ଆଲୋଚନାଚକ୍ର ଓ ପ୍ରତିବର୍ଷ ରକ୍ତଦାନ ଶିବିର ଆୟୋଜନ ହେଉଥିବାର ସୂଚନା ପ୍ରଦାନ କରିଥିଲେ । ଏଥିପାଇଁ ଆବଶ୍ୟକୀୟ ଅର୍ଥ କେବଳ ଅନୁଷ୍ଠାନର ସଭ୍ୟ/ସଭ୍ୟା ବହନ କରିଥାଆନ୍ତି ବୋଲି ଶ୍ରୀ ଅଧିକାରୀ ପ୍ରକାଶ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଦିବଂଗତ ସଦସ୍ୟ ଓ ବାହାନଗା ରେଳଦୁର୍ଘଟଣାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଅତିଥିମାନେ ମହାତ୍ମାଗାନ୍ଧିଙ୍କ ଫଟୋଚିତ୍ରରେ ଓ ଶ୍ରୀଜଗନ୍ନାଥଙ୍କ ିବଗ୍ରହରେ ପୁଷ୍ପପ୍ରଦାନ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ‘ସହାୟକ’ର ପ୍ରତିଷ୍ଠାତା ତଥା ବରିଷ୍ଠ ସଦସ୍ୟ ଧୀରେନ୍ଦ୍ର ନାରାୟଣ ଦାସ ଓ ଇଂ. ବନମାଳୀ ନାୟକ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନଙ୍କର ମଙ୍ଗଳ କାମନା କରିଥିଲେ । ଶ୍ରୀତମ ପାଣିଗ୍ରାହୀ ମଞ୍ଚର ସଂଯୋଜନା କରିଥିଲାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହିସାବ ସମୀକ୍ଷକ ଅକ୍ଷୟ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରତିକୂଳ ପାଗ ସତ୍ତ୍ୱେ ପ୍ରାୟ ଦୁଇଶହ ସଦସ୍ୟ, ସଦସ୍ୟା ଓ ସହରର ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ