କାଗଜ କଲମରେ ସୀମିତ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପ୍ରତିବର୍ଷ ଜୁନ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ କରାଯାଉଛି । ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ ଦିଗରେ ଶ୍ରମ ବିଭାଗ ବିଫଳ ହୋଇଛି । କେବଳ ସଂପୃକ୍ତ ଦିବସରେ ସଭା ସମିତି ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି । ପାରିବାରିକ ଆର୍ଥୀକ ଦୁରବସ୍ଥା ହେଉ କିମ୍ବା ଅନ୍ୟାନ କେତେକ କାରଣରୁ ପରିବାର ପ୍ରତିପୋଷଣ ପାଇଁ ବହୁ ଶିଶୁ ଶ୍ରମିକ ବିଭିନ୍ନ ଅନୁଷ୍ଠାନରେ ଖଟୁଥିବା ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ସରକାରୀ ନୀତି, ନିୟମ ଓ କଟକଣା ପ୍ରଶାସନିକ ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ହିଞ୍ଜିିଳିକାଟୁ ଅଞ୍ଚଳରେ ଶିଶୁ ଶ୍ରମିକ ବାଟବଣା ହେଉଥିବାର ସାଧାରଣରେ ମତପ୍ରକାଶ ପାଇଛି । ଶିଶୁ ଶ୍ରମିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରଶାସନ ସେଭଳି କୌଣସି ସୁଚିନ୍ତିତ ପଦକ୍ଷେପ ନେଉନାହିଁ । ତେଣୁ ହିଞ୍ଜିିଳିକାଟୁ ଅଞ୍ଚଳରେ ଶିଶୁ ଶ୍ରମିକ ଥମିବାର ନାଁ ନେଉନି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଅଧିକାଂଶ ହୋଟେଲ, ଗ୍ୟାରେଜ୍‌, ତେଜରାତି ଦୋକାନ, ରେଷ୍ଟୁରାଣ୍ଟ, ପାନ ଦୋକାନ, ଫାଷ୍ଟପୁଡ଼ ଦୋକାନ,ଛୋଟବଡ଼ ଶିଳ୍ପାନୁଷ୍ଠାନ ସମେତ ବହୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକରେ ଶିଶୁ ମାନେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକ ପ୍ରଥାକୁ ବିଲୋପ ସହ ସେମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ମାନଙ୍କ ନିରବଦ୍ରଷ୍ଟା ସାଙ୍ଗକୁ ରୀତିମତ ଚଢାଉ କରାଯାଉନଥିବା ଯୋଗୁଁ ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସେମାନଙ୍କ ହସଖେଳ ଏବଂ ପାଠପଢା ଠାରୁ ଦୂରେଇ ରହି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ କାମଧନ୍ଦା କରୁଛନ୍ତି । ସେମାନେ ସେମାନଙ୍କର ଅଧିକାରରୁ ବଂଞ୍ଚିତ ହେଉଛନ୍ତି । ଶିଶୁ ଅଧିକାର ଆଇନରେ କମ୍ ବର୍ଷର ଶିଶୁଙ୍କୁ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାଯିବା ଏକ ଦଣ୍ଡନୀୟ ଅପରାଧ ବୋଲି ଉଲ୍ଲେଖ ରହିଛି । ହେଲେ ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ଅଧିକାଂଶ ହୋଟେଲ, ଗ୍ୟାରେଜ୍‌, ତେଜରାତି ଦୋକାନ, ରେଷ୍ଟୁରାଣ୍ଟ, ପାନ ଦୋକାନ, ଫାଷ୍ଟପୁଡ଼ ଦୋକାନ,ଛୋଟବଡ଼ ଶିଳ୍ପାନୁଷ୍ଠାନ ସମେତ ବହୁ ବ୍ୟବସାୟ ପ୍ରତିଷ୍ଠାନ ଓ ବହୁ ବଡ଼ବଡ଼ିଆଙ୍କ ବାସଗୃହରେ ୧୨ ରୁ ୧୮ ବର୍ଷର ଶିଶୁ ମାନେ କାମ କରୁଥିବାର ଦେଖିବାକୁ ମିଳୁଛି । ଏହି ଶିଶୁ ମାନଙ୍କୁ ଉଦ୍ଧାର କରିବା ଦାୟିତ୍ୱ ହେଉଛି ଶ୍ରମ ବିଭାଗର । ହେଲେ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର ଦିଗରେ ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରୁନଥିବାର ଦେଖିବାକୁ ମିଳୁଛି । ଅତୀତରେ ହିଞ୍ଜିିଳି ପୋଲିସ ପ୍ରଶାସନ ପକ୍ଷରୁ ଅଧିକାଂଶ ହୋଟେଲ, ଗ୍ୟାରେଜ୍‌, ତେଜରାତି ଦୋକାନ, ରେଷ୍ଟୁରାଣ୍ଟ, ପାନ ଦୋକାନ, ଫାଷ୍ଟପୁଡ଼ ଦୋକାନ,ଛୋଟବଡ଼ ଶିଳ୍ପାନୁଷ୍ଠାନ ସମେତ ବହୁ ବ୍ୟବସାୟ ପ୍ରତିଷ୍ଠାନ ଗୁନିକରେ ଚଢାଉ କରି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଉଥିବା ନଜିର ରହିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଧ୍ୟାନ ଦେଲେ ହିଞ୍ଜିଳିକାଟୁ ଅଞ୍ଚଳରେ ଶିଶୁ ଶ୍ରମିକ ଭଳି କୁପ୍ରଥା ସମ୍ପୂର୍ଣ୍ଣ ବନ୍ଦ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ