ଭାଜପା ସମର୍ଥକ ଙ୍କ ବିଜେଡି ରେ ଯୋଗଦାନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀ ଗୋପ ବ୍ଲକ ଅନ୍ତର୍ଗତ ବଣିଆସାହି ପଞ୍ଚାୟତର ଇଞ୍ଚଳ ଗ୍ରାମ ର ଭାଜପା ସମର୍ଥକ ପବିତ୍ର ମୋହନ ସାମଲ, ଭାସ୍କର ପ୍ରଧାନ, ସନାତନ ମହାରଣା, ପ୍ରକାଶ ଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ପରିଡ଼ା, କ୍ଷୀରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱ ରେ ୫୦ ରୁ ଉର୍ଦ୍ଧ୍ବ ଭାଜପା ସମର୍ଥକ ପରିବାର ବିଜେଡ଼ି ଦଳ ରେ ଯୋଗ ଦେଇଛନ୍ତି। ଗୋପ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସର ରେ ଏହି ମିଶ୍ରଣ ପର୍ବ ଗୋପ ବ୍ଲକ ବିଜେଡ଼ି ସଭାପତି ମଧୁସୁଦନ ପାଇକରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତହୋଇଥିଲା।ଏହି ମିଶ୍ରଣ ପର୍ବ ରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଯୋଗଦେଇ ଦଳ ରେ ନୂତନ ଭାବେ ଯୋଗ ଦେଇଥିବା ପରିବାର କୁ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବଣିଆସାହି ପଞ୍ଚାୟତ ର ପୂର୍ବତନ ସରପଂଚ ନିରଂଜନ ଶଗଡ଼ିଆ, କରୁଣାକର ସାହୁ, ପ୍ରହଲ୍ଲାଦ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ