ବଣିକ୍‌ର ୬ଷ୍ଠ ପ୍ରତିଷ୍ଠା ଦିବସ ଓ ସମ୍ମାନ ପର୍ବ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ସମଗ୍ର ଓଡ଼ିଶା ତଥା ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ୨୦୧୩ ମସିହାରେ ବଣିକ୍ ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ହେବାର ସ୍ୱଳ୍ପ ବର୍ଷ ମଧ୍ୟରେ ବଣିକ୍ ଇନଷ୍ଟିଚ୍ୟୁଟ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଙ୍ଗ ଦେବାରେ ଓଡ଼ିଶାରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହୋଇପାରିଛି । ଏହାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସୁବ୍ରତ କୁମାର ଛାଟୋଇଙ୍କ ଅନୁସାରେ ବାଣିକ୍ ହିଁ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଯେଉଁଠାରେ କି ଏକଧାରାରେ ଆଇ.ଏ.ଏସ୍‌., ଓ.ଏ.ଏସ୍‌. ଠାରୁ ଆରମ୍ଭ କରି ବ୍ୟାକିଙ୍ଗ, ଷ୍ଟାଫ ସିଲେକ୍ସନ, ରେଲ୍‌ୱେ ସହିତ ବିଭିନ୍ନ ଇଞ୍ଜିନିୟରିଂ, ସାମରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରାଯାଉଛି ।୨୦୧୩ ମସିହାଠାରୁ ଆଜି ପର୍ଯ୍ୟନ୍ତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହେବା ପାଇଁ ଅଙ୍ଗିକାରବଦ୍ଧ ହୋଇ ଅଗ୍ରଗତି କରିଚାଲିଛି । ଉତ୍ତମ ମାନର ଭିତ୍ତିଭୂମି, ଅଦ୍ଭୁତପୂର୍ବ ଶିକ୍ଷାଦାନ ପ୍ରଣାଳୀ, ଷ୍ଟଡ଼ି ମ୍ୟାଟେରିଆଲ, ପରୀକ୍ଷା, ୨୪ ଘଣ୍ଟିଆ ପାଠାଗାରର ସୁବିଧା ଯୋଗୁ ବଣିକ୍ ତାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛିି । ମାତ୍ର ୧୦୦ ଛାତ୍ରଛାତ୍ରୀରେ ଆରମ୍ଭ ହୋଇଥିବା ଏହି କୋଚିଙ୍ଗ ସେଣ୍ଟର ଏବେ ଦ୍ୱୈତନଗରୀରେ ୫ଟି ସେଣ୍ଟରରେ ଚାଲୁଅଛି ଏବଂ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୫ ହଜାରରେ ପହଞ୍ôଚପାରିଛି । ଅନ୍ୟୁନ ୮୦ରୁ ଅଧିକ ନିଜସ୍ୱ ଦକ୍ଷ ପ୍ରଶିକ୍ଷକ ଏବଂ ବିଭିନ୍ନ ବିଷୟ ଏବଂ ବିଭିନ୍ନ କ୍ଷେତ୍ରର ବରିଷ୍ଠ ଶିକ୍ଷାବିତ୍‌ଙ୍କ ସହଯୋଗରେ ପ୍ରଚଳିତ ଉନ୍ନତ ଶିକ୍ଷାଦାନ ପ୍ରଣାଳୀ ଛାତ୍ରଛାତ୍ରୀମାନଙ୍କୁ ଲିଖିତ ତଥା ସାକ୍ଷାତ୍‌କାର ପାଇଁ ଉତ୍ତମ ଭାବେ ପ୍ରସ୍ତୁତ କରାଯାଉଛି । ପ୍ରତିଷ୍ଠା ହେବାର ପ୍ରଥମରୁ ହିଁ ବଣିକ୍ ଏହାର ଛାତ୍ରଛାତ୍ରୀମାନଙ୍କର ସଫଳତାକୁ ନେଇ ନିଜର ଏ୍ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି । ୨୦୧୩ ଠାରୁ ବଣିକ୍ ଏହି ସଫଳତାର ଯାତ୍ରା ଜାରି ରଖିଛି ଏବଂ ବଣିକ୍ ସଫଳତାର ପାହାଚ ଗୋଟିଏ ପରେ ଗୋଟିଏ ଅତିକ୍ରମ କରିଚାଲିଛି । ୨୦୧୮-୧୯ରେ ଅନୁଷ୍ଠିତ ବିଭିନ୍ନ ପରୀକ୍ଷାର ଫଳାଫଳକୁ ବିଶ୍ଲେଷଣ କଲେ ଏହା ଜଣାଯାଏ ଯେ ଓଡ଼ିଶା ପ୍ରଶାସନିକ ସେବା ବ୍ୟାଙ୍କିଙ୍ଗ, ଷ୍ଟାଫ ସିଲେକ୍ସନ ଏବଂ ରେଲ୍‌ୱେ ଇତ୍ୟାଦି ପରୀକ୍ଷାରେ ଓଡ଼ିଶାରୁ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଛାତ୍ରଛାତ୍ରୀ ବଣିକ୍‌ରୁ ଶିକ୍ଷାଲାଭ କରିଥିଲେ ଯାହାକି ବଣିକ୍‌କୁ ଲୋକପ୍ରିୟ କରିପାରିଛି ।ଏହି ସଫଳତାକୁ ପାଳନ କରିବା ସହିତ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କରିବା ଉଦ୍ଦେଶ୍ୟରେ ବଣିକ୍ ଅନୁଷ୍ଠାନ ତାର ୬ଷ୍ଠ ପ୍ରତିଷ୍ଠା ଦିବସ ଏବଂ ସମ୍ମାନ ପର୍ବ ଡ଼ିସେମ୍ବର ୧୫ ତାରିଖ ଦିନ ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ପାଳନ କରିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଡଃ ଅମର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଆନ୍ତର୍ଜାତୀୟ କ୍ରୀଡ଼ାବିତ୍ ଦୂତୀ ଚାନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅନୁଷ୍ଠାନର ୪୦୦ଜଣ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ତରଫରୁ ସ୍ମୃତିରଞ୍ଜନ ଛାଟୋଇ, ପ୍ରମୋଦ ପାଢୀ, ଗଣେଶ ଖଟୁଆ, ବିକାଶ ଦାସ ଏବଂ ଅନ୍ୟ ବରିଷ୍ଠ ଶିକ୍ଷକମାନେ ପରିଚାଳନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ କୁମାର ଛାଟୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ