ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱଚ୍ଛତା ସଚେତନତା ଅଭିଯାନ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ମା’ ସରସ୍ଵତୀ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱଚ୍ଛତା ରକ୍ଷା ପାଇଁ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅକ୍ଟୋବର ୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ସମ୍ପାଦକ ପିତାମ୍ବର ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ଦିବାକର ସାମନ୍ତରାୟ ଓ ଗୁରୁଜୀ ପ୍ରଶନ କୁମାର ବେହେରାଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ବୃନ୍ଦ ସ୍ୱଚ୍ଛତା ପାଇଁ ଜନସଚେତନତା ଅଭିଯାନ ରାଲିର ଆୟୋଜନ କରିଥିଲେ। ପଲିଥିନ ବର୍ଜନ, ପାଇଖାନା ବ୍ୟବହାର ଓ ରାସ୍ତାଘାଟ ସଫା ରଖିବା ପ୍ରଭୃତି ବାର୍ତ୍ତା ପ୍ରଚାର କରିବା ସହ ହାତରେ ପ୍ଲାକାର୍ଡ ଧରି ଗ୍ରାମର ପ୍ରତ୍ୟେକ ସାହି ପରିଭ୍ରମଣ କରି ଜନସଚେତନତା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଗୁରୁମା ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।


