ଓଡିଶା ଚେଇଁ ଶୋଇଛି…ଆନ୍ଧ୍ର ମାଡିଚାଲିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡିଶାର ଗଜପତି ଜିଲ୍ଲା ଏବଂ ଆନ୍ଧ୍ରର ଶିକାକୁଲମ ଜିଲ୍ଲା ସୀମାନ୍ତବର୍ତ୍ତି ଅଞ୍ଚଳରେ ବିଭିନ୍ନ ଗ୍ରାମ, ନଦୀ, ପାହାଡ଼ ପର୍ବତ ଇତ୍ୟାଦିକୁ ନେଇ ଆନ୍ଧ୍ର – ଓଡିଶା ମଧ୍ୟରେ ବହୁ ବିବାଦ ଲାଗିରହିଛି. ହେଲେ ଓଡିଶା ସରକାର ଏହି ବିବାଦ ନେଇ ଉପଯୁକ୍ତ ପଦକ୍ଷେପ ନ ନେଇ ଚେଇଁ ଶୋଇବା ଭଳି ନୀତି ଅବଲମ୍ବନ କରୁଥିବାରୁ ଆନ୍ଧ୍ର ଗଜପତି ଜିଲ୍ଲାr ସୀମାନ୍ତରେ ଅବାଧ ବେନିୟମ ପ୍ରବେଶ କରି ଆନ୍ଧ୍ର ପ୍ରଶାସନ ଓ ରାଜନେତାମାନେ ସେମାନଙ୍କ କତୃତ୍ୱ ଜାହିର କରି ଆସୁଛନ୍ତି. ବର୍ତ୍ତମାନ ଏଭଳି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି, ଗଜପତି ଜିଲ୍ଲା ରାୟଗଡା ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସୀମା ବିବାଦ ଲାଗିଥିବାବେଳେ ଏଠାରେ ଗାଁ ଗୋଟିଏ କିନ୍ତୁ ନାଁ ତିନୋଟି।ଗ୍ରାମବାସୀ ଦ୍ଵନ୍ଦରେ।ଗାଁ,ଗଞ୍ଜାମ ର ନା ଗଜପତିର।ଗଞ୍ଜାମ,ଗଜପତି ର ଦ୍ଵନ୍ଦତା ଭିତରେ ଥିବା ବେଳେ ବର୍ତମାନ ଆନ୍ଧ୍ର ଗ୍ରାମବାସୀକୁ ଲୋଭର ପ୍ରଲୋଭନ ଦେଖାଇ ଗ୍ରାମ ମଧ୍ୟରେ ଧସେଇ ପଶୁଛି। ଏପଟେ ଜିଲ୍ଲା ପ୍ରଶାସନ ନିଘୋଡ଼ ନିଦରେ ଶୋଇଥିବା ବେଳେ ସେପଟେ ସବୁ ଜାଣି ଚୁପ୍ ଅଛନ୍ତି ରାଜ୍ୟ ସରକାର। ଏହି ଅଞ୍ଚଳ ବାସିନ୍ଦା ଙ୍କ ଗାଁ ଗୋଟିଏ .. କିନ୍ତୁ ନାଁ ତିନୋଟି। ଏଠାରେ ଆନ୍ଧ୍ର ସରକାର ଓଡ଼ିଶାର ସୀମା ବିବାଦକୁ କେନ୍ଦ୍ରକରି ଫାଇଦା ନେଉଛି ଆନ୍ଧ୍ର।ଗ୍ରାମବାସୀ ଦ୍ଵନ୍ଦରେ ଥିବା ବେଳେ ଗାଁ,ଗଞ୍ଜାମ ର ନା ଗଜପତିର।ଗଞ୍ଜାମ,ଗଜପତି ର ଦ୍ଵନ୍ଦତା ଭିତରେ ଆନ୍ଧ୍ର ଗ୍ରାମବାସୀ ପ୍ରଲୋଭନ ର ଲୋଭ ଦେଖାଇ ଧସେଇ ପଶୁଛି ପଡୋଶୀ ଆନ୍ଧ୍ରପ୍ରଦେଶ।ବିଶ୍ଵାସ ହେଉନଥିଲେ ମଧ୍ୟ ଏ କଥା ସତ କଥା ଏ ହେଉଛି ଯେ ଗଜପତି ଜିଲ୍ଲା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ରେ ରାୟଗଡ଼ା ବ୍ଲକ୍ ଗଙ୍ଗାବାଡ ପଞ୍ଚାୟତରେ ରହିଛି ଗୁଡୁଖୁଡି ଗାଁ । ତେବେ ଏହି ସମସ୍ତ ଗ୍ରାମକୁ ନେଇ ଦୁଇ ଜିଲ୍ଲା ଓ ଆନ୍ଧ୍ରପଦେଶ ମଧ୍ୟରେ ସୀମାନ୍ତ ବିବାଦ ବହୁ ପୁରୁଣା ବିଷୟ। ଗଞ୍ଜାମ ଜିଲ୍ଲା ପକ୍ଷରୁ ଏହି ଗ୍ରାମକୁ ଗୁଡ଼ିଖଳା ବୋଲି ନାମିତ ରଖିଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଏହାକୁ ଗୁଡ଼ୁଖୁଡ଼ି ବୋଲି କୁହାଯାଉଛି। ଫଳରେ ଏହି ଗ୍ରାମଟି ପ୍ରକୃତରେ ଗଜପତି ନା ଗଞ୍ଜାମର ଏହାକୁ ନେଇ ଦ୍ବନ୍ଦ୍ବ ଲାଗିରହିଥିବା ବେଳେ ଦୁଇ ବିରାଡିଙ୍କ କହଳରେ ମାଙ୍କଡ଼ର ଲାଭଦାୟକ ହେବା ନ୍ୟାୟରେ ଆନ୍ଧ୍ରପ୍ରଦେଶ ଏହାର ଫାଇଦା ଉଠାଉଛି। ଗୋଟିଏ କି ଦୁଇଟି ନୁହେଁ, ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ୨୮ଟି ଯୋଜନାରେ ଆଦିବାସୀଙ୍କୁ ସାମିଲ କରିବାକୁ ପ୍ରଲୋଭନ ଦେଖାଇ ଆସୁଛି । ପୂର୍ବରୁ ଗଜପତି ଜିଲ୍ଲା ପ୍ରଶାସନର କିଛି ପଦାଧିକାରୀମାନେ ଏହି ଗ୍ରାମକୁ ଆସି ପିଇବା ପାଣି ଯୋଗାଣ, ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ସଂପର୍କିତ ଯୋଜନାର ସମୀକ୍ଷା କରିଥିଲେ । ସବୁଠୁ ବଡ଼ କଥା ହେଉଛି, ଏହି ଗ୍ରାମରେ ଗଜପତି ଜିଲ୍ଲା ପ୍ରଶାସନ ଗୋଟିଏ ପାଣି ଟେଙ୍କି ସହ ନଳକୂପ ମଧ୍ୟ ତିଆରି କରାଯାଇଥିଲା କିନ୍ତୁ ଗୋଟିଏ ଦିନ ମାତ୍ର ଚାଲି ବନ୍ଦ ହୋଇଥିବା ବେଳେ,ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ଯାଇଛି କିନ୍ତୁ ଦୀର୍ଘ ବର୍ଷ ହେଲା କେନ୍ଦ୍ର ସାମ୍ନାରେ ଝୁଲୁଛି ତାଲା। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ହିତାଧିକାରୀଙ୍କୁ ଭତ୍ତା, ରାସନକାର୍ଡ଼ ଓ ଆବାସ ଯୋଗାଇ ଦିଆଯାଇଛି। ଆଉ ଦୁଇ ଜିଲ୍ଲାର ବିବାଦ ଭିତରେ ପୋଢସି ଆନ୍ଧ୍ର ପ୍ରଶାସନ ପକ୍ଷରୁ ଗ୍ରାମରେ ବସିବା ପାଇଁ ଦୁଇଟି ପିଣ୍ଡି ନିର୍ମାଣ ହୋଇଛି। ଏହାସହ ମାଗଣା ବିଦ୍ୟୁତ୍ ସେବା, ଭୋଟରକାର୍ଡ଼, ଭତ୍ତା ବାବଦକୁ ପ୍ରତି ହିତାଧିକାରୀଙ୍କୁ ୨୨୦୦ ଟଙ୍କା ଓ ପିଲାମାନଙ୍କ ପାଠପଢ଼ାରେ ମାଆମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଆସୁଛି ।କିଛି ଗ୍ରାମବାସୀ ଜମିପଟ୍ଟା ବି ପାଇଛନ୍ତି । ଏହି ନିରୀହ ଆଦିବାସୀମାନେ ସୀମାନ୍ତ ବିବାଦ ଭିତରେ ହନ୍ତସନ୍ତ ହେବା ସହିତ ପରିସ୍ଥିତି ସହ ସାଲିସ୍ କରି ସମସ୍ତ ଯୋଜନାକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି। ଆନ୍ଧ୍ରପ୍ରଦେଶ ଏହି ଗ୍ରାମରେ ଅନୁପ୍ରବେଶ କରିବାକୁ ସମସ୍ତ ବାଟ ଖୋଲି ସାରିଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ପଦାଧିକାରୀମାନେ ଘନ ଘନ ଗସ୍ତ କରି ଦବ୍‌ଦବା ଜାହିର୍ କରୁଛନ୍ତି। ଆଉ ସରକାର ଏଦିଗରେ ନିରବଦ୍ରଷ୍ଟା ସାଜିଛନ୍ତି। କେବଳ ଗୁଡ଼ିଖଳା ନୁହେଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ କେବଳ ଏତିକି ନୁହେଁ, ୨୮ଟି ଯୋଜନା ଅଧୀନରେ କେଉଁ ମାସରେ କି ପ୍ରକାର ସୁବିଧା ଯୋଗାଇ ଦିଆଯିବାର ଏସଂକ୍ରାନ୍ତରେ ଏକ ଚିଠା ବଣ୍ଟନ କରାଯାଇ ଗ୍ରାମବାସୀଙ୍କୁ ପ୍ରଲୋଭନ ଦେଖାଯାଉଛି।
ରାଜ୍ୟ ସରକାର ଆନ୍ତରିକତା ଅଭାବ ଥିବା ବେଳେ ସୀମାନ୍ତ ଗାଁ କୁ ଧିରେ ଧିରେ ନିଜ ପତିଆରାକୁ ନେବା ଚେଷ୍ଟା କରୁଛି ଆନ୍ଧ୍ରପ୍ରଦେଶ। ବର୍ତମାନ ବେଳ ଥାଉଁ ଥାଉଁ ଯଦି ସମାଧାନ ଯଦି ନ କରେ ଓଡ଼ିଶା ତାହେଲେ ସମସ୍ତ ଗାଁକୁ ଆନ୍ଧ୍ରପ୍ରଦେଶ ନିଜ କବ୍‌ଜାକୁ ନେବା ଲାଗି ବିଳମ୍ବ ହେବନାହିଁ। ତେଣୁ ଏହା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ ହେବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେବାର ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ