ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଜୋନ ନମ୍ବର 6 ଜିଲ୍ଲା ପରିଷଦ ଅଞ୍ଚଳରେ ଆଜି ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରାରେ ରାଜ୍ୟ ବିଜେଡ଼ି ସମ୍ପାଦକ ବସନ୍ତ ଦାସ, ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ଜନାର୍ଦନା ରାଓ, ଜିଲ୍ଲା ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇ 6 ନଂ ଜିଲ୍ଲା ପରିଷଦ ଜୋନର ବ୍ରହ୍ମଣ ସୀତାପୁର, ଦେବିତି, ଜାଜପୁର, କତଲପଇଠା, ପାଟିକୋଟା ଆଦି ଗ୍ରାମରେ ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଜନ ସାଧାରଣଙ୍କୁ ସଚେତନତା କରାଯାଇ ପଦଯାତ୍ରା କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ