ରତନେଇ ଶକ୍ତିପୀଠ ର ବଦଳିବା ରୂପରେଖ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡିର ଏକ ପ୍ରମୁଖ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିବା ରତନେଇ ପୀଠର ପାରିପାର୍ଶ୍ଵିକ ଉନ୍ନତି ସହ ଏହି ପ୍ରାଚୀନ ଶକ୍ତିପୀଠକୁ ପ୍ରକୃତି ଓ ପର୍ଯ୍ୟଟନ ସ୍ଥଳୀ ଭାବରେ ରୂପାନ୍ତରିତ କରାଯିବା ନେଇ ସରକାରଙ୍କ ପକ୍ଷରୁ ଆର୍ଥିକ ଅନୁଦାନ ମଞ୍ଜୁର ହୋଇଥିବା ଜଣାପଡ଼ିଛି। ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ସାନଖେମୁଣ୍ଡି ଗସ୍ତ ଓ ସ୍ଵତନ୍ତ୍ର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ ର ଜନସାଧାରଣ ଙ୍କ ଅଭିଯୋଗ ପ୍ରକାରେ ରତନେଇ ପୀଠକୁ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ରୂପାନ୍ତରିତ କରିବା ପାଇଁ ସାନଖେମୁଣ୍ଡି ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଥିଲା। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ମନ୍ଦିର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରିବ ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଛି । ୫ଟି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧କୋଟି ୩୦ ଲକ୍ଷ ବ୍ୟୟ ଅଟକଳରେ ମନ୍ଦିର କଲ୍ୟାଣମଣ୍ଡପ ବିଶ୍ରାମଗୃହ ନିର୍ମାଣ ଆଲୋକିକରଣ ପାନୀୟଜଳ ବ୍ୟବସ୍ଥା ପ୍ରଭୃତି କାର୍ଯ୍ୟକାରୀ ହେବ। ପୂର୍ବରୁ ତତ୍କାଳୀନ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ରତନେଇ ପୀଠକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ଦେବା ପାଇଁ ବହୁତ ପ୍ରଚେଷ୍ଟା କରିଥିଲେ ଘାଟି ପାହାଡ କାଟି ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସାନଖେମୁଣ୍ଡିର ଅଧିଷ୍ଠାତ୍ରୀ ଦେବୀ ରତନେଇ ପୀଠର ଉନ୍ନୟନ ଓ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଓ ଆର୍ଥିକ ଅନୁଦାନ ଯୋଗୁଁ ଭବିଷ୍ୟତରେ ଗଞ୍ଜାମ ପର୍ଯ୍ୟଟନ ସ୍ଥଳୀ ଭାବରେ ସାନଖେମୁଣ୍ଡିର ରତନେଇ ପୀଠ ଯୋଡ଼ି ହେବା ସହ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ରତ୍ନେ଼ଇକୁ ନେଇ ସାନଖେମୁଣ୍ଡି ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ଆକାଂକ୍ଷା ମଧ୍ଯ ପୂରଣ ହେବାକୁ ଯାଉଥିବା ସ୍ପଷ୍ଟ ହୋଇଅଛି ।


