ବରିଷ୍ଠ କଂଗ୍ରେସ କର୍ମୀ ସୈାରିଚରଣଙ୍କ ଦେହାନ୍ତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ବରିଷ୍ଠ କଂଗ୍ରେସ କର୍ମୀ ସୈାରି ଚରଣ ଦାସଙ୍କ ୭୮ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ କିମ୍ସ ହସପିଟାଲରେ ଦେହାନ୍ତ ହୋଇଯାଇଛି । ସେ ଯୁବ କଂଗ୍ରେସର ବ୍ଲକ ସଭାପତି ଏବଂ ପଞ୍ଚାୟତ କଂଗ୍ରେସ କମିଟି ସଭାପତି ମଧ୍ୟ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଶେଷକୃତ୍ୟ ଗ୍ରାମ୍ୟ ଶ୍ମଶାନରେ ସମ୍ପନ୍ନ ହୋଇଥିବା ବେଳେ ସେଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ଶାରଦା ପ୍ରସନ୍ନ ରାଉତ ପ୍ରମୁଖ ବହୁ ବିଶିଷ୍ଟବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ବିୟୋଗରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସ ନେତା ଜୟନ୍ତ ମହାନ୍ତି, ପ୍ରଫୁଲ୍ଲ ଦାସ, ଗୈାରାଙ୍ଗ ବେହେରା, ସୁନାକର ରାଉତ, ଚିତ୍ତରଞ୍ଜନ ଦାସ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ