ଜୟପ୍ରକାଶ ନାରାୟଣ ଥିଲେ ସାମ୍ୟବାଦ ଓ ଗଣତନ୍ତ୍ର ର ମହାନ ପୁରୋଧା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ସାମ୍ୟବାଦୀ ଚିନ୍ତାଧାରା ର ବ୍ୟକ୍ତିତ୍ୱ, ସମାଜସେବୀ, ଭାରତରତ୍ନ ତଥା ଗଣତାନ୍ତ୍ରିକ ମୂଲ୍ୟବୋଧ ର ମୁଖ୍ୟ ପୁରୋଧା ଜୟ ପ୍ରକାଶ ନାରାୟଣ ଙ୍କ ୪୪ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ସଂଯୋଜନା ଓ ସଭାପତିତ୍ବ କରି ବରିଷ୍ଠ ସାମ୍ବାଦିକ, ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି ମତ ବ୍ୟକ୍ତ କରି କହି କହି ଥିଲେ ଯେ ସେ ଥିଲେ ସମଗ୍ର ଗଣତାନ୍ତ୍ରିକ ମୂଲ୍ୟ ବୋଧ କୁ ସମ୍ମାନ ଦେବା ସହିତ ସାଧାରଣ ଜନତା ଙ୍କ ପାଇଁ ତାଙ୍କ କର୍ମ, ନିଷ୍ଠା ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ. ଜେପି ନାମରେ ସୁପରିଚିତ ହେବା ସହିତ ସମଗ୍ର ରାଷ୍ଟ୍ର ପ୍ରତି ସମର୍ପିତ ଭାବେ କାର୍ଯ୍ୟ କରି ଥିଲେ.୧୯୯୯ ମସିହାରେ ମରୋନୋତ୍ତର ଭାରତ ରତ୍ନ ତାଙ୍କୁ ପ୍ରଦାନ କରାଯାଇଥିଲା. ଉକ୍ତ ସ୍ମୃତି ଚାରଣ ସଭା ରେ ପୂଜ୍ୟ ପୂଜା ପ୍ରାଣ ଲକ୍ଷ୍ମୀଧର ବେହେରା, ରମେଶ ଚନ୍ଦ୍ର ପାତାଳ ସିଂ, ଗିରିଜା ମହାପାତ୍ର,ପ୍ରବୀର ମହାନ୍ତି ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ ବୋଲି ମୁଖ ପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି.


