ମାକଲପୁର ମହାବୀର ମନ୍ଦିର ପ୍ରାଙ୍ଗଣରେ ଆଖଡ଼ା ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ବାଲେଶ୍ଵର, (ସରୋଜ ପଣ୍ଡା):ଶନିବାର ମାକଲପୁର ସ୍ଥିତ ମହାବୀର ମନ୍ଦିର ପ୍ରାଙ୍ଗଣରେ ମହାବୀର ଆଖଡ଼ା ସଂଘର ସାଧାରଣ ବୈଠକ ସଂଘର ସଭାପତି ଗୋପୀନାଥ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବାଲେଶ୍ଵର ସଦର ମହକୁମାର ୨୫ ରୁ ଉର୍ଦ୍ଧ ଆଖଡ଼ା ଦଳର କର୍ମକର୍ତ୍ତା ଯୋଗ ଦେଇ ଆସନ୍ତା ଦୁର୍ଗାପୂଜା ଅବସରରେ ଆଖଡ଼ା ମେଳନ ଉତ୍ସବ, ବିଜୟା ଦଶମୀ ଭସାଣୀ ଉତ୍ସବ କୁ ଶାନ୍ତି ଶୃଙ୍ଖଳା ମଧ୍ୟରେ ପ୍ରଶାସନର ଗାଇଡ ଲାଇନ କୁ କାର୍ଯ୍ୟକାରୀ କରାଇ ସହଯୋଗ କରିବା ଏବଂ ୨୦୨୨ ବର୍ଷର ସଦର ବିଧାୟକ ଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ଏବଂ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେଙ୍କୁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଇଥିଲେ। ଆଖଡାରେ ଅସ୍ତ୍ରଶସ୍ତ୍ର ଉପଯୋଗ କରାନଯିବା ନିଶାସକ୍ତ ଅବସ୍ଥାରେ ଆଖଡ଼ା ଦଳର କର୍ମକର୍ତ୍ତା ମାନେ ଯେଉଁଭଳି ବିରତ ରହିବେ ସେଥି ପ୍ରତି ଦୃଷ୍ଟି ଦେବାକୁ ମହାବୀର ଆଖଡ଼ା ସଂଘ ନିବେଦନ କରିଛି।ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ମନୋଜ ଦାସ,ଉପ ସଭାପତି ମନୋଜ କୁମାର ରାଉତ,କୋଷାଧ୍ୟକ୍ଷ ରାଜେନ୍ଦ୍ର ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ