ଘୁମୁସର ଜିଲ୍ଲା ଆନ୍ଦୋଳନ ତେଜିଲା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଦୀର୍ଘ ତିନି ଦଶନ୍ଧୀ ଧରି ଚାଲିଥିବା ଘୁମୁସର ଜିଲ୍ଲା ଦାବି ନେଇ ଆନ୍ଦୋଳନ ତୀବ୍ରତର ହୋଇଛି ।ଆଜି ଏ ନେଇ ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବେଲଗୁଣ୍ଠା ବନ୍ଦ ଡାକରା ଦିଆଯାଇଛି । ପୂର୍ବରୁ ହୋଇଥିବା ବୈଠକରେ ନିଷ୍ପତି ଅନୁସାରେ ଗତକାଲି ସଂଧ୍ୟାରେ ବଣିକ ସଂଘ,ବେଲଗୁଣ୍ଠା ପ୍ରେସ୍ କ୍ଳବ, ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି, ଅବସରର ପ୍ରାପ୍ତ କର୍ମଚାରୀ ସଂଘ ଏବଂ ବହୁ ବୁଦ୍ଧିଜୀବୀ ମାନେ ମିଳିତଭାବେ ସହରରେ କ୍ୟାମ୍ପେନିଂ କରି ବିଭିନ୍ନ ଦୋକାନ ବଜାର, ବ୍ୟାଙ୍କ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ପାଇଁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ । ଏଥିରେ ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି, ବରିଷ୍ଠ ଆଇନଜୀବି ତଥା ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ,ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର, ପ୍ରଶାନ୍ତ କୁମାର ପଣ୍ଡା, ଅଭିମନ୍ୟୁ ପଟ୍ଟନାୟକ, ବନମାଳୀ ମହାରଣା, କୈଳାଶ ପାତ୍ର ,ବେଲଗୁଣ୍ଠା ପ୍ରେସ୍ କ୍ଳବ ସଦସ୍ୟ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ବେଲଗୁଣ୍ଠା ସହରବାସୀ ଙ୍କୁ ବନ୍ଦ ଡାକରାରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ