ଚୋରି ମାମଲାରେ ପୁରୁଣା ୱାରେଣ୍ଟିକୁ କୋର୍ଟଚାଲାଣ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ସନ୍ଧ୍ୟାରେ ଗାଙ୍ଗପୁର ପୋଲିସ୍ ଚୋରି ମାମଲାରେ ଏକ ପୁରୁଣା ୱାରେଣ୍ଟିକୁ ଗିରଫ କରି ଆସିକା କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଥାନା ଏଏସ୍ଆଇ ଯୁଧିଷ୍ଠିର ମାଝୀ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ଆଜି ସନ୍ଧ୍ୟାରେ ଗାଙ୍ଗପୁର ଥାନା ଏସ୍ଆଇ ଆର୍ତ୍ତତ୍ରାଣ ଦାନୀଙ୍କ ନେତୃତ୍ୱରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ ଏକ ଚୋରି ମାମଲାରେ ସମ୍ପୃକ୍ତ ଥିବା ପୁରୁଣା ୱାରେଣ୍ଟି ନିମିନା ଗ୍ରାମର ଗୋପାଳ ସ୍ଵାଇଁଙ୍କୁ କାବୁ କରିନେଇଥିଲେ I ଏନେଇ ଗାଙ୍ଗପୁର ଥାନାରେ ୭୫୦/୨୩ ରେ ଏକ ମାମଲା ରୁଜୁ କରାଯିବା ସହିତ ଗୋପାଳକୁ ଆସିକା କୋର୍ଟଚାଲାଣ କରାଯାଇଥିଲା I ପାଟ୍ରୋଲିଂ ସମୟରେ ଏଏସ୍ଆଇ ଯୁଧିଷ୍ଠିର ମାଝୀ ଏବଂ ଅନ୍ୟ ପୋଲିସ୍ କର୍ମଚାରୀମାନେ ଉପସ୍ଥିତ ଥିଲେ I


