ଟାଟା ପାୱାରର ଚାଲିଛି ମନମାନୀ, ସାଧାରଣ ଲୋକେ ହନ୍ତସନ୍ତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାରେ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଟାଟା ପାୱାରର ଶୋଷଣ ପ୍ରତିବାଦରେ ଆସନ୍ତା ୧୦ ଅକ୍ଟୋବର ମଙ୍ଗଳବାର ସଦର ବିଜେପି ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ସଦର ବିଜେପି ବାଲିଆ ସ୍ଥିତ ଇଲେକ୍ଟ୍ରି ଅଫିସ ଘେରାଓ କରିବ । ଟାଟା ପାୱାରର ମନମୁଖୀ କାର୍ଯ୍ୟ ଦିନକୁ ଦିନ ବଢିବାରେ ଲାଗିଛି, ଯାହାଦ୍ୱାରା ସାଧାରଣ ଲୋକ ବହୁତ ହଇରାଣ ହେଉଛନ୍ତି । ବାଲେଶ୍ୱର ଜିଲ୍ଲାରେ ଟାଟା ପାୱାର ଦାୟିତ୍ୱ ନେବା ପର ଠାରୁ ବିଜୁଳି ଉପଭୋକ୍ତାଙ୍କ ଦୁର୍ଦ୍ଦଶା ବଢିଚାଲିଛି । ବିଜୁଳି ବିଭାଗକୁ ସଜାଡି ତାର ଉନ୍ନତି କରିବା ନାଁରେ ସାଧାରଣ ଉପଭୋକ୍ତା ମାନେ ପୂର୍ବାପେକ୍ଷା ଅଧିକ ବିଜୁଳି କର ଦେଉଛନ୍ତି । ଚାଲୁଥିବା ମିଟରକୁ ବଦଳାଇବା ନାଁରେ ଟାଟା ପାୱାର ଅଧିକ ରିଡିଂ ଉଠୁଥିବା ମିଟର ବସାଇ ସାଧାରଣ ଜନତାଙ୍କୁ ଲୁଟୁଛି । ଏବେ ମଧ୍ୟ ସହରର ଅଧିକାଂଶ ସ୍ଥାନ ଅନ୍ଧାରରେ ରହିଛି । ତେଣୁ ବିଭିନ୍ନ ସମସ୍ୟାକୁ ନେଇ ବିଜେପି ବାରମ୍ବାର ଟାଟା ପାୱାରର ଦୃଷ୍ଟିକୁ ନେଉଥିଲେ ମଧ୍ୟ ଏହାର କୌଣସି ସମାଧାନ ହେଇନଥିବାରୁ ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ସଦର ବିଜେପି ତରଫରୁ ଆସନ୍ତା ୧୦ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଇଲେକ୍ଟ୍ରି ଅଫିସ ଘେରାଓ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଗତକାଲି ସଦର ବିଜେପି କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସମସ୍ତ ଜନସାଧାରଣଙ୍କୁ ଉକ୍ତ ଘେରାଓ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବାଲେଶ୍ୱର ସଦର ବିଜେପି ନେତା ମାନସ କୁମାର ଦତ୍ତ ନିବେଦନ କରିଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, କାଉନସିଲର ରୋଜାଲିନ ପାଣି, ସରପଞ୍ଚ ରବିନାରାୟଣ ପ୍ରଧାନ, ଲକ୍ଷ୍ମୀଧର ବେହେରା, ଆଶିଷ ଘୋଷ, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, ଶ୍ରୀହରି ଶୁକ୍ଳା, ପର୍ଶୁରାମ ମହାନ୍ତି, ସଞ୍ଜୀବ ପ୍ରଧାନ, ଉମେଶ ବେହେରା, ପ୍ରଶାନ୍ତ ପରିଡା, ନାରାୟଣ ଦତ୍ତ, ବିଜୟ ନାୟକ, ହେମନ୍ତ ମାସନ୍ତ, ସୌଭାଗ୍ୟ ମାନସ ନାୟକ, ସସ୍ମିତା ଦାଶ, ସୁସ୍ମିତା ଶୁକ୍ଳା, ନସିମା ବିବି, ତରୁଣ ବର୍ଦ୍ଧନ, ଚିତ୍ତରଞ୍ଜନ ଦତ୍ତ, ମଣ୍ଟୁ ଦାସ, ଜିତେନ୍ଦ୍ର ପରମାଣିକ, ପ୍ରକାଶ ବେହେରା, କିସାନ ରାମ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ